Only for Entertainment

ବିରୁଷ୍କାଙ୍କୁ ଫଲୋ କରିବେ ଦୀପିକା-ରଣବୀର, ସାମ୍ନାକୁ ଆସିଲା ୱେଡିଂ ପ୍ଲାନ

Bollywood Uncle
0 37

ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୁହିଁଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କ ବିବାହକୁ ଚାହିଁ ରହିଛନ୍ତି । ରିପୋର୍ଟ ଅନୁସାରେ ଦୁହେଁ ବର୍ଷ ଶେଷ ଆଡକୁ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ତେବେ ତାଜା ଖବର ଅନୁସାରେ ଏହି କପଲ ବରୁଷ୍କାଙ୍କୁ ଫଲୋ କରିପାରନ୍ତି । ବିରାଟ-ଅନୁଷ୍କାଙ୍କ ପରି ଏହି କପଲ ମଧ୍ୟ ବିଦେଶରେ ଡେଷ୍ଟିନେଶନ ୱେଡିଂ କରିପାରନ୍ତି ।

Ranveer-and-Deepika-marriage

ମୁମ୍ବାଇ ମିରରର ରିପୋର୍ଟ ଅନୁସାରେ ଦୀପିକା-ରଣବୀରଙ୍କ ବିବାହ ଏକ ପ୍ରାଇଭେଟ ସେରେମୋନି ହେବ । ଦୁହେଁ ପ୍ରାଇଭେସିକୁ ପ୍ରାଧାନ୍ୟ ଦେଇଥାନ୍ତି । ଦୁହେଁ ରୟାଲ ୱେଡିଂ ଚାହାଁନ୍ତି ନାହିଁ ଯେଉଁଥିରେ ବହୁତ ଅତିଥି ଯୋଗଦେଇଥାନ୍ତି । ମିଡିଆଠାରୁ ଦୂରରେ ଏହି ବିବାହ ଆୟୋଜନ କରାଯିବ । ବିବାହରେ ପରିବାର ଲୋକଙ୍କ ବ୍ୟତିତ କିଛି ଖାସ ବନ୍ଧୁ ଯୋଗ ଦେବେ ।

ranveerdeepika

ବିରୁଷ୍କାଙ୍କ ପରି ବିବାହ ପରେ ଭାରତରେ ରିସେପସନ ହେବାର ପ୍ଲାନିଂ ରହିଛି । ମୁମ୍ବାଇ ଏବଂ ବାଙ୍ଗାଲୁରରେ ବିବାହ ଭୋଜିର ଆୟୋଜନ କରାଯିବ । ଖବର ଶୁଣିବାକୁ ମିଳିଥିଲା ଯେ ଦୁହେଁ ମୁମ୍ବାଇ କିମ୍ବା ବାଙ୍ଗାଲୋରରେ ବିବାହ କରିବେ ।
ରିପୋର୍ଟ ଅନୁସାରେ ସ୍ୱିଜରଲ୍ୟାଣ୍ଡ ଟୁରିଜିମ ବିଭାଗ ଦୀପିକା ଏବଂ ରଣବୀରଙ୍କୁ ତାଙ୍କ ଦେଶରେ ବିବାହ କରିବା ପାଇଁ ଅଫର ଦେଇଛନ୍ତି । ସ୍ୱିଜରଲ୍ୟାଣ୍ଡ ଟୁରିଜିମ ବିଭାଗ ଦୁହିଁଙ୍କ ବିବାହର ଖର୍ଚ୍ଚ ଉଠାଇବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଦୁହିଁଙ୍କୁ ପରିବାରର ସହମତିର ଅପେକ୍ଷା ରହିଛି ।

ranveer

ଆପଣଙ୍କୁ କହିରଖୁଛୁ ଯେ, ରଣବୀର ବର୍ତ୍ତମାନ ସ୍ୱିଜରଲ୍ୟାଣ୍ଡ ଟୁରିଜିମ ବିଭାଗର ବ୍ରାଣ୍ଡ ଆମ୍ବାସାଡାର ଅଛନ୍ତି । ସ୍ୱିଜରଲ୍ୟାଣ୍ଡରେ ଖୁବ ଶୀଘ୍ର ଏକ ଟ୍ରେନ ତାଙ୍କ ନାମରେ ଚାଲିବ । ଏହି ଟ୍ରେନର ନାଁ ରଖାଯାଇଛି ‘ରଣବୀର ଅନ ଟୁର’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More