Only for Entertainment

ବନ୍ଧୁଙ୍କ ବିବାହରେ ଧୁମ ମସ୍ତି କଲାପରେ ଏବେ ରୋଗରେ ପଡିଲେ ଦୀପିକା !

29

ବେଷ୍ଟ ଫ୍ରେଣ୍ଡଙ୍କ ବିବାହରେ ସମସ୍ତେ ଖୁବ ମସ୍ତି ଏବଂ ମଜା କରିଥାଆନ୍ତି । ଏହିକାରଣରୁ ଅନେକ ଲୋକମାନଙ୍କ ଥକାପଣ ଏବଂ ଖାଇବା ପିଇବାରେ ସମୟ ପରିବର୍ତ୍ତନ ହେତୁ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଏଭଳି ଦୀପିକା ପାକୁକୋଣଙ୍କ ସହ ହୋଇଛି ।

ଦୀପିକା ନିଜ ଇନଷ୍ଟାଗ୍ରାମରେ ଷ୍ଟୋରୀରେ ନିଜ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ଖୁବ ଦୁର୍ବଳ ନଜର ଆସିଛନ୍ତି । ଏହି ଫଟୋରେ ସେ ଥର୍ମୋମିଟର ଇମୋଜୀ ଦେଇଛନ୍ତି , ଯାହା ଦେଖି ଅନୁମାନ ହେଉଛି ଯେ ଦୀପିକାଙ୍କୁ ଜ୍ୱର ହୋଇଛି ।

ଫଟୋ ଶେୟାର କରି ଅଭିନେତ୍ରୀ ଲେଖିଛନ୍ତି ଯେ ‘ଯେତେବେଳେ ନିଜ ବେଷ୍ଟ ଫ୍ରେଣ୍ଡ ବିବାହରେ କିଛି ଅଧିକ ମଜା କରିନେଲେ ।’ତେବେ ସେ ଯାହା ହେଉ ନା କାହିଁକି ଫ୍ୟାନ୍ସମାନଙ୍କ ଆଶା ତାଙ୍କ ପ୍ରିୟ ଅଭିନେତ୍ରୀଙ୍କ ଶରୀର ସୁସ୍ଥ ହୋଇଯାଉ ।

ତେବେ ଦୀପିକାଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ମେଘନା ଗୁଲଜାରଙ୍କ ଫିଲ୍ମ ଛପାକ ଏବଂ କବୀର ଖାନଙ୍କ ଫିଲ୍ମ ୮୩ରେ ନଜର ଆସିବେ । ଛପାକରେ ଏସିଡ ଆହତ ଲକ୍ଷ୍ମୀଙ୍କ ଭୁମିକା ତୁଲାଉଥିବା ବେଳେ ୮୩ରେ କପିଲ ଦେବ ଅର୍ଥାତ ରଣବୀର ସିଂଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More