Only for Entertainment

ଦୀପିକାଙ୍କ ସେଲ୍ଫି ଭାଇରାଲ, ଜୀଜା ଏବଂ ଶାଳୀଙ୍କର ଦେଖିବାକୁ ମିଳିଲା ଖାସ ବଣ୍ଡିଂ !

73

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଅନେକ ସମୟରେ ନିଜ ଫଟୋ ଫ୍ୟାନ୍ସଙ୍କ ସହ ଶେୟାର କରିଥାଆନ୍ତି । ନିକଟରେ ଦୀପିକା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟର କରିଛନ୍ତି । ଏହି ଫଟୋରେ ଦୀପିକାଙ୍କ ସହ ରଣବୀର ସିଂ ଏବଂ ଦୀପିକାଙ୍କ ଭଉଣୀ ନଜର ଆସିଛନ୍ତି । ଏହି ଫଟୋରେ ଦୀପିକା କ୍ୟାପଶନ ଲେଖିଛନ୍ତି ଯେ କଡଲ ଔର ସ୍ନଗଲ କେ ବିଚ ମେଁ ପିସତି ମେଁ , ଏହାସହ ସେ ହାର୍ଟ ଇମୋଜି ଦେଇଛନ୍ତି । ଫଟୋରେ ତିନିଜଣଙ୍କ ବଣ୍ଡିଂ ପରିଷ୍କାର ନଜର ଆସୁଛି ।

 

View this post on Instagram

 

cuddles & snuggles! smashed in the middle!❤️ @ranveersingh @anishapadukone

A post shared by Deepika Padukone (@deepikapadukone) on

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଦୀପିକା କିଛି ଦିନ ହେବ ନିଜ ଫିଲ୍ମ ଛପାକ ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମର କାହାଣୀ ଏସିଡ ଅଟାକ ସରଭାଇବର ଲକ୍ଷ୍ମୀଙ୍କ କାହାଣୀ ଉପରେ ଆଧାରିତ । ଯାହାର ନିର୍ଦ୍ଦେଶନା ମେଘନା ଗୁଲଜର ତୁଲାଇଛନ୍ତି । ଫିଲ୍ମରେ ବିକ୍ରାନ୍ତ ମେସି ଦୀପିକାଙ୍କ ସ୍ୱାମୀ ଭୂମିକାରେ ନଜର ଆସିବେ । ସେହିଭଳି ରଣବୀର ଫିଲ୍ମ ୮୩ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ରଣବୀର ପୂର୍ବ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମ କାହାଣୀ ୧୯୮୩ରେ ହୋଇଥିବା ଭାରତୀୟ କ୍ରିକେଟ ଟିମ ପୂର୍ବ ୱାର୍ଲ୍ଡ କପ ବିଜୟ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More