Only for Entertainment

ତିନି ଦିନ ପରେ ଦୀପିକା ଶେୟାର କଲେ ରଣବୀରଙ୍କ ଜନ୍ମଦିନ କେକ୍ ଫଟୋ ।

42

୬ ଜୁଲାଇକୁ ରଣବୀର ସିଂ ତାଙ୍କ ଜନ୍ମଦିନ ପାଳନ କରି ସାରିଛନ୍ତି । ଏବେ ସେ ଫିଲ୍ମ ୮୩ର ସୁଟିଂ ପାଇଁ ଲଣ୍ଡନରେ ଅଛନ୍ତି । ଲଣ୍ଡନରେ ଥିବା ସମୟରେ ହିଁ ରଣବୀର ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ପତ୍ନୀ ଦୀପିକା ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ଦୀପିକା ପତି ରଣବୀରଙ୍କ ଜନ୍ମଦିନର କେକ୍ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ଫଟୋ ଏବେ ଇଂଟରନେଟରେ ଖେଳିଯାଇଛି ।

କହିରଖୁଛୁ ଏହା ପୂର୍ବରୁ ରଣବୀର ସିଂ ପତ୍ନୀ ଦୀପିକାଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଦୁଇଜଣଙ୍କ କେମେଷ୍ଟ୍ରି ଖୁବ ଭଲ । ପରଦାକୁ ଯେବେ ମଧ୍ୟ ଦୁଇଜଣ ଏକା ସାଙ୍ଗରେ ଆସନ୍ତି ଚାଂଚଲ୍ୟ ଖେଳାଇ ଦିଅନ୍ତି । ଦୁଇଜଣ ଏକା ସାଙ୍ଗରେ ଏକାଧିକ ଫିଲ୍ମରେ କାମ କରିଛନ୍ତି ।

 

 

View this post on Instagram

 

Sometimes,you can have your cake & eat it too!!!??? #BirthdayBoysBirthdayCake

A post shared by Deepika Padukone (@deepikapadukone) on

ପୁଣିଥରେ ଏହି କପଲଙ୍କୁ ଫିଲ୍ମ ୮୩ରେ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଏହା କ୍ରିକେଟର କପିଲ ଦେବଙ୍କ ଜୀବନୀ । ଫିଲ୍ମରେ ରଣବୀରଙ୍କ ପତ୍ନୀ ଚରିତ୍ରରେ ନଜର ଆସିବେ ଦୀପିକା । ତେବେ ରଣବୀରଙ୍କ ଜନ୍ମଦିନରେ ଫିଲ୍ମରେ ରଣବୀରଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More