Only for Entertainment

ଦୀପିକା ପାଦୁକୋଣ ମୁମ୍ବାଇରେ ଫିଲ୍ମ ଛପାକ’ର ୨ୟ ସିଡ୍ୟୁଲ ସୁଟିଂ କଲେ ଆରମ୍ଭ !

13

ଫିଲ୍ମ ଟିମ କିଛି ଦିନ ପୂର୍ବେ ଦିଲ୍ଲୀରେ ପ୍ରଥମ ସିଡ୍ୟୁଲ ପୂରା କରିଛନ୍ତି । ଏବେ ୨ୟ ସିଡ୍ୟୁଲ ପାଇଁ ସାଉଥ ମୁମ୍ବାଇ ଯିବେ ବୋଲି ଖବର ମିଳିଛି । ଫିଲ୍ମକୁ ନେଇ ଏବେ ଠାରୁ ହିଁ ଦର୍ଶକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଲାଣି । ଫିଲ୍ମରେ ଦୀପିକାଙ୍କ ସହ ବିକ୍ରାନ୍ତ ମେସୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଦିଲ୍ଲୀ ସୁଟିଂ ସମୟରେ ଅଭିନେତ୍ରୀଙ୍କୁ ଅନେକ ସୁଟିଂ ସ୍ପଟରେ ଦେଖିବାକୁ ମିଳିଥିଲା ।

ମେଘନା ଗୁଲଜରଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଛପାକ’ ଫିଲ୍ମ ଏସିଡ ଆଟାକ ସର୍ଭାଇବର ଲକ୍ଷ୍ମୀ ଅଗ୍ରୱାଲଙ୍କ ସତ କାହାଣୀ ଉପରେ ଆଧାରିତ । ଦୀପିକା ଫିଲ୍ମରେ ମାଳତୀଙ୍କ ଭୂମିକା ତୁଲାଉଛନ୍ତି ।

ଚଳିତ ବର୍ଷ ୨୫ମାର୍ଚ୍ଚରେ ଫିଲ୍ମର ପ୍ରଥମ ସିଡ୍ୟୁଲ ଶେଷ ହୋଇଛି । । ଦୀପିକା ଏହି ଫିଲ୍ମର ପ୍ରଥମ ପୋଷ୍ଟର ଅଧା ଚେହେରା ଜଳିଥିବାରେ ନଜର ଆସିଥିଲେ । ଲକ୍ଷ୍ମୀଙ୍କ ଭୂମିକା ତୁଲାଉଛନ୍ତି ଦୀପିକା । ୨୦୦୫ମାର୍ଚ୍ଚରେ ଅର୍ଥାତ ୧୫ବର୍ଷ ବୟସରେ ଲକ୍ଷ୍ମୀଙ୍କ ଉପରେ ଏସିଡ ଆଟାକ ହୋଇଥିଲା ଯାହାକୁ ନେଇ ଏହି କାହାଣୀ ଆଧାରିତ । ମେଘନା ଗୁଲଜର ନିର୍ଦ୍ଦେଶିତ ଏହି ଫିଲ୍ମ ୧୦ଜାନୁୟାରୀ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More