Only for Entertainment

ଛପକ’ ଫିଲ୍ମରେ ଅଭିନୟ କରିବେ ଦୀପିକା, ସୋସିଆଲ ମିଡିଆରେ ଜାହିର କଲେ ଖୁସି !

39

ଖୁବ ଶୀଘ୍ର ନିର୍ଦ୍ଦେଶକ ମେଘନା ଗୁଲଜର ପରଦାକୁ ନେଇ ଆସୁଛନ୍ତି ଏକ ଭିନ୍ନ ସ୍ୱାଦର ଫିଲ୍ମ ‘ଛପକ’ । ଏହି ଫିଲ୍ମରେ ଅଭିନେତ୍ରୀ ଦୀପିକା ଅଭିନୟ କରିବେ, ଯାହାକୁ ନେଇ ସେ ଖୁବ ଉତ୍ସାହିତ ଥିବା ଜଣା ପଡିଛି । ଏସିଡ୍‌ ଆକ୍ରମଣର ଶିକାର ହୋଇ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଜଣେ ବ୍ୟକ୍ତିଙ୍କ କାହାଣୀ ଉପରେ ଏହା ଆଧାରିତ ଏହି ଫିଲ୍ମ।

ଜୀବନରେ ଜଣେ ପ୍ରବଳ ମାନସିକ ଧକ୍କା ଖାଇବା ସହିତ ପରବର୍ତ୍ତୀ ପରିସ୍ଥିତିରେ କିପରି ବିଜୟ ହାସଲ କରେ ସେହି ପ୍ରସଙ୍ଗକୁ ନେଇ ସିନେମାର କାହାଣୀ ଗଢ଼ିଉଠିଛି। ଫକ୍‌ ଷ୍ଟାର ଷ୍ଟୁଡିଓର ମିଳିତ ସହଯୋଗରେ କାର୍ଯ୍ୟକରିବା ପାଇଁ ଦୀପିକା ଉତ୍ସାହିତ ଥିବା ସୋମବାର ଟ୍ୱିଟ କରି ଜଣାଇଛନ୍ତି ଦୀପିକା ।

ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏସିଡ୍‌ ଆକ୍ରମଣର ଶିକାର ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନ କାହାଣୀକୁ ଆଧାର କରି ଉକ୍ତ ଫିଲ୍ମ ପ୍ରସ୍ତୁତ ହୋଇଛି। ଫକ୍ସ ଷ୍ଟାର ଦ୍ୱାରା ପ୍ରସ୍ତୁତ ଏହି ହିନ୍ଦୀ ପ୍ରୋଜେକ୍ଟରେ ବିକ୍ରାନ୍ତ ମାସି ମଧ୍ୟ କାମ କରୁଛନ୍ତି। ବିକ୍ରାନ୍ତଙ୍କ ଚରିତ୍ର ବର୍ଣ୍ଣନା କରିବାକୁ ଯାଇ ଗୁଲଜାର କହନ୍ତି, ସେ ହେଉଛନ୍ତି ଜଣେ ଦକ୍ଷିଣ ଭାରତୀୟ ବ୍ୟକ୍ତି। ସେ ଅଭିନେତା ହେବାପାଇଁ ସବୁ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇ ଏସିଡ୍‌ ଆକ୍ରମଣ ବିରୋଧରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ବିକ୍ରାନ୍ତ ଏଭଳି ଏକ ଭୂମିକାରେ ଅଭିନୟ କରୁଥିବାରୁ ଦୀପିକା ଏବଂ ଗୁଲଜାର ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More