Only for Entertainment

ଦୀପିକାଙ୍କୁ ଚୁଢେଲ ସହିତ ତୁଳନା କଲେ ଫ୍ୟାନ୍ସ ।

amarujala
23

ଦୀପିକା ଏବଂ ରଣବୀରଙ୍କ ବିବାହ ୧୪ ଓ ୧୫ ନଭେମ୍ବରକୁ ଇଟାଲୀର କୋମୋ ଲେକ ଠାରେ ଅନୁଷ୍ଠିତ ହୋଇଯାଇଛି । ବିବାହ ପରେ ଦୁଇ ଜଣ ଗୋଟିଏ ପରେ ଗୋଟିଏ ରିସେପସନ ଦେଇଛନ୍ତି । ଏବେ ଦୁଇ ଜଣ ମିଶି ମୂଲ୍ୟବାନ ସମୟ ବିତାଉଛନ୍ତି । ଏହି ମାସରେ ରଣବୀର ସିଂଙ୍କ ଫିଲ୍ମ ସିମ୍ବା ମଧ୍ୟ ରିଲିଜ ହେବାକୁ ଯାଉଛି । ଅନ୍ୟ ପକ୍ଷରେ ଦୀପିକା କୌଣସି ନୂଆ ପ୍ରକଳ୍ପକୁ ହାତକୁ ନେଇ ନାହାଁନ୍ତି ।

ଦୀପିକା ପାଦୁକୋନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ବିଶେଷ କରି ଇଂଷ୍ଟାଗ୍ରାମରେ । ସେ ସବୁବେଳେ ତାଙ୍କ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି ନୂଆ ଶେୟାର କରନ୍ତି । କିନ୍ତୁ ଏହା ଜରୁରୀ ନୁହେଁଯେ ସେ ସବୁବେଳେ ଦର୍ଶକଙ୍କୁ ପସନ୍ଦ ଆସିବେ । ନିକଟରେ ସେହିଭଳି କିଛି ହୋଇଛି । ପୁଣିଥରେ ସେ ତାଙ୍କ ଲୁକକୁ ନେଇ ଟ୍ରୋଲ ହୋଇଛନ୍ତି । କେହି କେହି ଲେଖିଛନ୍ତିଯେ ମଣିଷ ଭଳି ଡ୍ରେସ ପିନ୍ଧ । ରଣବୀର ସହିତ ରହି ରହି ତୁମେ ମଧ୍ୟ ସେହିଭଳି ହୋଇଯାଇଛ ।
ବାସ୍ତବରେ ଦୀପିକା ଷ୍ଟାର ସ୍କ୍ରିନ ଆୱାର୍ଡ଼ସ ପାଇଁ ଏହି କଳା ରଙ୍ଗର ଡ୍ରେସ ପିନ୍ଧିଥିଲେ । କିନ୍ତୁ ତାହା ଫ୍ୟାନ୍ସଙ୍କୁ ପସନ୍ଦ ଆସିଲା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More