Only for Entertainment

ଡ୍ରାମୋଟିକ ଲୁକ ପାଇଁ ଟ୍ରୋଲ ହେଲେ ଦୀପିକା, ଫ୍ୟାନ୍ସ କହିଲେ ଏବେ ଲାଗୁଛ ରଣବୀର ସିଂଙ୍କ ପତ୍ନୀ !

22

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୧୯ରେ ବଲିଉଡ କଳାକାରଙ୍କ ଜଲୱା ଦେଖିବାକୁ ମିଳିଛି । ଏହି ମଉକାରେ ଦୀପିକା ପାଦୁକୋଣ, ପ୍ରିୟଙ୍କା ଚୋପ୍ରା, କଙ୍ଗନା ରଣାୱତଙ୍କ ଭଳି ଅଭିନେତ୍ରୀ ଲୁକରେ ଧମାଲ ମଚାଇଛନ୍ତି । ଶୁକ୍ରବାର ରାତିରେ କାନ୍ସର ଦ୍ୱିତୀୟ ଦିନରେ ଦୀପିକା ପାଦୁକୋଣଙ୍କୁ ନୂଆ ଲୁକରେ ଦେଖିବାକୁ ମିଳିଥିଲା ।ନିଜ ଲୁକର ଫଟୋ ଦୀପିକା ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଫଟୋରେ ଦୀପିକା ଲାଇଟ ଗ୍ରୀନ ରଂଗର ଡ୍ରେସରେ ଖୁବ ସୁନ୍ଦର ନଜର ଆସିଛନ୍ତି ।

ଡ୍ରେସରେ ଫ୍ରେଲ ଡିଜାଇନ କରାଯାଇଛି । ଏହାସହ ସେ କେଶରେ ଏମିଲି ୠତ୍ପନର ହେଡୱେୟାର ଲଗାଇଛନ୍ତି ।
ଏତେ ଗର୍ଜିୟସ ଲୁକ ମଧ୍ୟ ଫ୍ୟାନ୍ସଙ୍କୁ ପସନ୍ଦ ଆସିନାହିଁ । ଲୋକମାନେ ଦୀପିକାଙ୍କ ଏହି ଲୁକକୁ ନେଇ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।

ଜଣେ ୟୁଜର୍ସ କହିଛନ୍ତି ଏବେ ଲାଗୁଛି ରଣବୀର ସିଂଙ୍କ ପତ୍ନୀ, କଂଚା ଆମ୍ବ ଫ୍ଲେଭରର ବର୍ଫ ଗୋଲା ।

ଜଣେ ୟୁଜର୍ସ କହିଛନ୍ତି ଯେ ଡ୍ରେସ ତ ଡ୍ରୋମାଟିକ ଏଥିରେ ହେୟାରବାଣ୍ଡ ଲଗାଇବା କଣ ଜରୁରୀ ଥିଲା । ଏହା କୌଣସି ଫ୍ୟାଶନ ସେନ୍ସ ନୁହେଁ ।

ସେହିଭଳି ଆଉ ଜଣେ ୟୁଜର ଲେଖିଛନ୍ତି ଦୀପୁ ପ୍ରିୟଙ୍କା ଚୋପ୍ରା ଭଳି ଜୋକର ହୋ ନି । ଏଠାରେ ଆମେ କହି ରଖୁଛୁ ଯେ ଫେଷ୍ଟିଭାଲର ପୂର୍ବ ଦିନ ଦୀପିକା କଳା ଏବଂ ଧଳା ଡୁନଦାସ ଗାଉନ ପିନ୍ଧିଥିଲେ । ହାଇ ପୋନିଟେଲ ତାଙ୍କ ଲୁକକୁ ଆହୁରି ଆକର୍ଷଣୀୟ କରିଥିଲା ।

ଦୀପିକାଙ୍କ କାମ ବିଷୟରେ କହିବାକୁ ଗଲେ ତାଙ୍କର ଅପକମିଂ ଫିଲ୍ମ ଛପାକ ଅଟେ । ଏହି ଫିଲ୍ମ ଏସିଡ ଆଟାକ ସର୍ଭାଇବର ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀକୁ ନେଇ ଆଧାରିତ । ଏଥିରେ ଅଭିନେତା ବିକ୍ରାନ୍ତ ମୈସୀ ତାଙ୍କ ସ୍ୱାମୀ ଭୂମିକାରେ ନଜର ଆସିବେ । ଫିଲ୍ମ ଆସନ୍ତା ବର୍ଷ ୧୦ଜାନୁଆରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More