କାନ୍ସରେ ଦୀପିକା ପାଦୁକୋନଙ୍କ ଜଲୱା, କମେଣ୍ଟ କରି ଫ୍ୟାନ୍ସ କହିଲେ ଗର୍ଜିୟସ
ଚଳିତ ବର୍ଷ କାନ୍ସରେ ଦୀପିକା ପାଦୁକୋନଙ୍କ ଜଲୱା, କମେଣ୍ଟ କରି ଫ୍ୟାନ୍ସ କହିଲେ ଗର୍ଜିୟସ ୭୨ ତମ କାନ୍ ଫେଷ୍ଟିଭାଲ ଆରମ୍ଭ ହୋଇଯାଇଥିବା ବେଳେ ସେଠାରେ ଦେଶ ବିଦେଶର ନାମୀଦାମୀ କଳାକାରଙ୍କ ଭିଡ଼ ଜମିବାରେ ଲାଗିଲାଣି। ଏଥିରେ ପଛରେ ପଡି ନାହାନ୍ତି ବଲିଉଡ୍ ଅଭିନେତ୍ରୀ। ସେମାନେ ମଧ୍ୟ କାନ୍ରେ ପହଞ୍ଚି ନିଜ ଯାଦୁ ଦେଖାଇବାକୁ ଆରମ୍ଭ କଲେଣି। ସେମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିବା ପରେ ସୋଶାଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଗତକାଲି ବଲିଉଡ଼ର ଆଗଧାଡିର ନାୟିକା ଦୀପିକା ପାଦୁକୋନ୍ , କଙ୍ଗନା ରଣାୱତ୍ ଓ ପ୍ରିୟଙ୍କା ଚୋପ୍ରାଙ୍କ କାନ୍ର ଫାଷ୍ଟ୍ ଲୁକ୍ ସାମ୍ନାକୁ ଆସିଛି। ଦୀପିକାଙ୍କ ଲୁକ୍ ବାକି ଅଭିନେତ୍ରୀଙ୍କ ଠାରୁ କିଛି କମ ନଥିଲା । ସେ କଳା ଏବଂ ଧଳା ରଙ୍ଗର ଲମ୍ବା ଟ୍ରେଲ୍ ଥାଇ ହାଇ ଷ୍ଟିଲ୍ ଡ୍ରେସ୍ରେ ଖୁବ୍ ସୁନ୍ଦର ଲାଗୁଥିଲେ। ତାଙ୍କ ହେୟାର ଷ୍ଟାଇଲ୍ ତାଙ୍କୁ ଆହୁରି ସୁନ୍ଦର କରୁଥିଲା। ଦୀପିକାଙ୍କ ଏହି ଡ୍ରେସ୍ ପିଟର ଡୁଣ୍ଡାସ୍ଙ୍କ ଡିଜାଇନ୍ କରିଛନ୍ତି। ତାଙ୍କର ଏହି ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ କିଛି ୟୁଜର ତାଙ୍କୁ ମୋଷ୍ଟ୍ ଷ୍ଟାଇଲିସ୍ କହୁଛନ୍ତି ତ କିଏ ତାଙ୍କୁ ଗର୍ଜିଅସ୍ କହୁଛନ୍ତି।