Only for Entertainment

ଏହି ହଲିଉଡ ଫିଲ୍ମରେ ଦୀପିକା କରିବେ ଲୁଙ୍ଗି ଡ୍ୟାନ୍ସ !

DNA India
0 43

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ୨୦୧୭ରେ ନିଜ ହଲିଉଡ୍ କ୍ୟାରିୟରର ଆରମ୍ଭ କରିଥିଲେ । ହଲିଉଡ୍ ଫିଲ୍ମ ‘ଟ୍ରିପଲ୍ ଏକ୍ସ ରିଟର୍ଣ୍ଣ ଅଫ୍ ଜାଣ୍ଡାର କେଜ’ରେ ଅଭିନେତା ଭିନ୍ ଡିଜେଲଙ୍କ ଅପୋଜିଟରେ ନଜର ଆସିଥିଲେ ଦୀପିକା । ଫିଲ୍ମରେ ଦୀପିକାଙ୍କ ଅଭିନୟକୁ ବି ଦର୍ଶକ ବେଶ ପସନ୍ଦ କରିଥିଲେ । ଏବେ ଏହାର ସିକ୍ୱେଲରେ ମଧ୍ୟ ଦେଖିବାକୁ ମିଳିବ, ଦୀପିକାଙ୍କୁ । ଜାଣ୍ଡର କେଜ ଡିରେକ୍ଟର, ଡି.ଜେ କାରୁଜୋ ନିକଟରେ ଟ୍ୱିଟ୍ କରି ଫିଲ୍ମର ସ୍ୱିକେଲ୍ ବିଷୟରେ କହିଛନ୍ତି । ସେ ଲେଖିଛନ୍ତି, ‘ମୁଁ ଟ୍ରିପଲ୍ ଏକ୍ସ ଫୋରରେ ଏକ ବଲିଉଡ୍ ଡ୍ୟାନ୍ସ ରଖିବାକୁ ଚାହୁଁଚି । ଯାହାକୁ ପର୍ଫମ୍ କରିବେ ନିଶ୍ଚିତ ଦୀପିକା ପାଦୁକୋନ । ଲୁଙ୍ଗି ଡ୍ୟାନ୍ସ କି କିଛି ନୂଆ ।’ ଯାହାକୁ ଦେଖି ଲାଗୁଛି ଟ୍ରିପଲ୍ ଏକ୍ସ ଫୋରରେ ବି ଦୀପିକାଙ୍କ ଅଭିନୟ ଦେଖିବାକୁ ମିଳିବ ।


ନିକଟରେ ଶେଷ ହୋଇଥିବା ୭୧ ତମ କାନ୍ସ ଫେଷ୍ଟିଭାଲରେ ଦୀପିକାଙ୍କ ଲୁକକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ତାଙ୍କ ଲୁକ ମଧ୍ୟ ଲାଇମ ଲାଇଟରେ ରହିଥିଲା । କେବଳ ଏତିକି ନୁହେଁ ଅଭିନେତ୍ରୀ ଦୀପିକା ପାଦୁକୋନ ଚଳିତ ବର୍ଷ ଟାଇମ ପତ୍ରିକାର ଦୁନିଆର ୧୦୦ ପ୍ରଭାବଶାଳୀ ତାଲିକାରେ ମଧ୍ୟ ସାମିଲ ହୋଇଛନ୍ତି ।

ଏହା ବ୍ୟତିତ ଦୀପିକା ଏବଂ ରଣବୀର ସିଂଙ୍କ ବିବାହ ମଧ୍ୟ ଚର୍ଚ୍ଚାରେ ରହିଛି । ଖବର ଅନୁସାରେ ଦୁହେଁ ଚଳିତ ବର୍ଷ ଶେଷ ଆଡକୁ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More