Only for Entertainment

‘ଛପାକ’ର ଦିଲ୍ଲୀ ସିଡ୍ୟୁଲ ପୂରା କଲେ ଦୀପିକା, ଏୟାରପୋର୍ଟରେ ଫ୍ୟାନଙ୍କ ସହ ଏଭଳି ଅନ୍ଦାଜରେ ଆସିଲେ ନଜର

DNA India
28

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ନିଜର ଆଗାମୀ ଫିଲ୍ମ ‘ଛପାକ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ସୁଟିଂ ଗତ କିଛି ଦିନରୁ ଦିଲ୍ଲୀରେ ଚାଲିଥିଲା । ଏବେ ଦୀପିକା ପାଦୁକୋନ ଫିଲ୍ମର ଦିଲ୍ଲୀ ସିଡ୍ୟୁଲ ଶେଷ କରିଛନ୍ତି ।

ଦିଲ୍ଲୀ ସିଡ୍ୟୁଲ ପୂରା କରିବା ପରେ ଦୀପିକା ପାଦୁକୋନ ଏୟାରପୋର୍ଟରେ ସ୍ପଟ ହୋଇଥିଲେ । ଦୀପିକାଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଦୀପିକା ବ୍ଲାକ ଟି-ସାର୍ଟ ଏବଂ ଜିନ୍ସରେ ଖୁବ ସୁନ୍ଦର ଲାଗୁଥିଲେ ।

 

 

View this post on Instagram

 

Fresh : Deepika Padukone leaves Delhi after wrapping up first schedule of her movie Chhapak. . . #deepikapadukone #chhapak

A post shared by Instant Bollywood (@instantbollywood) on


ଏୟାରପୋର୍ଟରେ ଦୀପିକା ନିଜ ଫ୍ୟାନ୍ସଙ୍କ ସହିତ ମଧ୍ୟ ଫଟୋ କ୍ଲିକ କରିଥିଲେ । କହିରଖୁଛୁ ଯେ, ଯେବେଠାରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି ସେବେଠୁ ଫିଲ୍ମର ସୁଟିଂ ସେଟରୁ ଅନେକ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିବା ସହିତ ଭାଇରାଲ ହେବାରେ ଲାଗିଛି ।

deepika

ଫିଲ୍ମ ବିଷୟରେ କହିବାକୁ ଗଲେ, ‘ଛପାକ’ରେ ଦୀପିକାଙ୍କ ସହିତ ବିକ୍ରାନ୍ତ ମେସୀ ଲିଡ ରୋଲରେ ନଜର ଆସିବେ । ଫିଲ୍ମରେ ଦୀପିକା ଏସିଡ ସରଭାଇବର ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକାରେ ନଜର ଆସିବେ । ମେଘନା ଗୁଲଜର ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ଫିଲ୍ମ ଆସନ୍ତା ବର୍ଷ ୧୦ ଜାନୁଆରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More