Only for Entertainment

ବଢିଲା ଦୀପିକାଙ୍କ ଚାହିଦା, ଚହଳ ସୃଷ୍ଟି କଲା ଡିମ୍ପଲ୍ ସୁନ୍ଦରୀଙ୍କ ଗ୍ଲାମରସ୍ ଲୁକ୍

latestly
33

ମାଗାଜିନରେ ବଲିଉଡ୍ ମସ୍ତାନୀଙ୍କ ଗ୍ଲାମରସ୍ ଅବତାର । ହାର୍ପର୍ ବଜାର୍ ଓ ଫେମିନା ମାଗାଜିନ୍ ପାଇଁ କଭର୍ ଗାର୍ଲ ସାଜିଛନ୍ତି ବଲିଉଡ୍ର ଏହି ଡିମ୍ପଲ କୁଇନ୍ । ନିଜ ବିନ୍ଦାସ୍ ଚରିତ୍ର ଆଉ ଦୟାଳୁ ସ୍ୱଭାବ ଆଉ ବୋଲ୍ଡ ଅନ୍ଦାଜ୍ ପାଇଁ ଏହି ସୁନ୍ଦରୀ ଏବେ ସଭିଁଙ୍କ ପେବରେଟ୍ ହୋଇ ପାରିଛନ୍ତି ଆଉ ତାଙ୍କର ଖାସ୍ ଏହି ବ୍ୟକ୍ତିତ୍ୱ ପାଇଁ ଦୀପିକାଙ୍କୁ ମିଳିଛି ଗୋଟିଏ ପରେ ଗୋଟିଏ ମାଗାଜିନ୍ ଅଫର୍ ।

 

 

View this post on Instagram

 

A post shared by Deepika Padukone (@deepikapadukone) on

 

 

View this post on Instagram

 

A post shared by Deepika Padukone (@deepikapadukone) on

 

View this post on Instagram

 

A post shared by Deepika Padukone (@deepikapadukone) on

ବଲିଉଡ୍ ଡିବା ଦୀପିକା ପାଦୁକୋଣ ନିକଟରେ ହାର୍ପର୍ ବଜାର୍ ମାଗାଜିନ୍ ପାଇଁ ଫଟୋସୁଟ୍ କରିବାରେ ନଜର ଆସିଥିଲେ । ତେବେ ଫଟୋସୁଟ୍ କରିବା ସମୟରେ ବଲିଉଡ୍ ମସ୍ତାନୀଙ୍କ ବୋଲ୍ଡ ଅନ୍ଦାଜ ଦେଖିବାକୁ ମିଳିଛି । ଏକ୍ ସେ ଏକ୍ ମଡର୍ଣ୍ଣ ଆଉଟ୍ଫିଟରେ ନଜର ଆଶିଛନ୍ତି ଦୀପିକା । ଆଉ ତାଙ୍କର ଏହି ଷ୍ଟାଇଲିସ୍ ଅନ୍ଦାଜ୍ ସ୍ଥାନ ପାଇଛି ବଜାର୍ ଇଣ୍ଡାର ଅକ୍ଟୋବର ମାସ କଭର୍ ପେଜରେ । ଦିପିକାଙ୍କ ଏହି ଫଟୋସୁଟର ଥିମ୍ ରହିଛି ‘ସିମ୍ପଲି ଦ ବେଷ୍ଟ’ । ତେବେ କେବଳ ବଜାର୍ ମାଗାଜିନ୍ ନୁହେଁ ଦୀପିକାଙ୍କ ଏହି ବୋଲ୍ଡ ଅନ୍ଦାଜ୍ ଚଳିତ ମାସ ଫେମିନା ମାଗାଜିନ୍ ଫଟୋସୁଟରେ ବି ଦେଖିବାକୁ ମିଳିଛି ।

 

 

View this post on Instagram

 

@feminaindia Photograph: Errikos Andreou Hair: Florian Hurel Makeup: Sandhya Shekar

A post shared by Deepika Padukone (@deepikapadukone) on

 

View this post on Instagram

 

A post shared by Deepika Padukone (@deepikapadukone) on

ଫେମିନା ଇଣ୍ଡିଆ ୬୦ ବର୍ଷ ପୂରଣ କରିଥିବାବେଳେ ଭିନ୍ନ ଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାଙ୍କୁ କଭର୍ ପେଜରେ ସ୍ଥାନ ଦିଆ ଯାଇଛି । ବଲିଉଡ୍ ଅଭିନେତ୍ରୀ ଦୀପିକାଙ୍କ ସହ ବାଡମିଟନ୍ ଖେଳାଳି ପି ଭି ସିନ୍ଧୁ ଓ ସଫଳ ବ୍ୟବସାୟୀ କିରଣ ମଜୁମଦାରଙ୍କୁ ଫେମିନା ମାଗାଜିନର ଏହି ଫଟୋସୁଟରେ ଦେଖିବାକୁ ମିଳିଛି । ଯାହା ମାଗାଜିନର ଅକ୍ଟୋବର୍ ମାସ ଏଡିସନରେ ସ୍ଥାନ ପାଇଛି । ହେଲେ ଏଥିରେ ଦୀପିକାଙ୍କ ଅନ୍ଦାଜ୍ ରହିଛି କିଛି ଭିନ୍ନ । ତେବେ ଦୀପିକାଙ୍କୁ ଖୁବଶୀଘ୍ର ଚଳଚ୍ଚିତ୍ର ‘ଛପାକ୍’ରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More