Only for Entertainment

ରଣବୀର ସିଂଙ୍କୁ ଦେଖି ଦୀପିିକା ହେଲେ ଦିୱାନୀ, ପବ୍ଲିକାଲି କଲେ କମେଂଟ ।

zeenews
0 43

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥିବା ରଣବୀର ସିଂହ ଓ ଗର୍ଲଫ୍ରେଣ୍ଡ ଦୀପିକା ପାଦୁକୋନ ଏବେ ଦୁହେଁ ଦୁହିଁଙ୍କ ପୋଷ୍ଟରେ କମେଣ୍ଟ କରୁଥିବାର ଦେଖିବାକୁ ମିଳୁଛି । ଗତ ସୋମବାର ରଣବୀର ସିଂ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ନୀଳ ରଙ୍ଗର ଏକ ସୁଟରେ ନଜର ଆସିଥିଲେ । ଇନଷ୍ଟାଗ୍ରାମରେ ପୋଷ୍ଟ କଲାବେଳେ ରଣବୀର ସେଥିରେ ‘ମନ୍ଡେ ବ୍ଲୁ’ କ୍ୟାପସନ ଲେଖି ପ୍ରଶ୍ନ କରିଥିଲେ? ଶେୟାର କରିଥିବା ଫଟୋଟିକୁ ରଣବୀର ସିଂଙ୍କ ଅଧିକାଂଶ ଫ୍ୟାନ୍ସ ଲାଇକ୍ କରିବା ସହ କମେଣ୍ଟ ମଧ୍ୟ କରିଥିଲେ । ରଣବୀରଙ୍କ ଏହି ଫଟୋରେ ଦୀପିକା ପାଦୁକୋନ ମଧ୍ୟ କମେଣ୍ଟ କରିଥିଲେ ଏବଂ କମେଣ୍ଟରେ ସେ ମଜାଳିଆ ଢଙ୍ଗରେ “uffff!!!never!!!?” ବୋଲି ଲେଖିଥିଲେ ।

ଖୁବ୍ ଶୀଘ୍ର ଦୀପିକା ଓ ରଣବୀର ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି । କିନ୍ତୁ ଏନେଇ ବର୍ତ୍ତମାନ ସୁଦ୍ଧା ସେମାନେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି । କିନ୍ତୁ ନିକଟରେ ସେମାନେ ଏକ ସିକ୍ରେଟ ହଲି ଡେ ରେ ଯାଇଥିଲେ । ହଲିଡେ ସେମାନେ ହାତ ଧରାଧରି ହୋଇ ବୁଲିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଦୀପିକା ପାଦୁକୋନ ଓ ରଣବୀର ସିଂ ଉଭୟ ଉଭୟଙ୍କର ହାତ ଧରାଧରି ହୋଇ ରାସ୍ତାରେ ବୁଲିଥିବାର ନଜର ଆସିଥିଲେ । ଏହି ଭିଡିଓଟି ଆମେରିକାର ଫ୍ଲୋରିଡାଠାରେ ସୁଟିଂ କରାଯାଇଥିଲା । ଭିଡିଓରେ ଦୀପିକା ହସି ହସି ଭିଡିଓ ସୁଟିଂ କରୁଥିବା ମହିଳାଙ୍କ ନିକଟକୁ ଦୌଡୁଥିବାର ଦୃଶ୍ୟମାନ ହୋଇଛି ।

Monday Blues? ?

A post shared by Ranveer Singh (@ranveersingh) on

ଏଠାରେ ଆମେ କହି ରଖୁଛୁ ଯେ , ବର୍ତ୍ତମାନ ସୁଦ୍ଧା ଦୀପିକା ତାଙ୍କ ନୂଆ ପ୍ରୋଜେକ୍ଟର କୌଣସି ଘୋଷଣା କରି ନାହାନ୍ତି । କିନ୍ତୁ ରଣବୀରଙ୍କ ‘ଗୁଲି ବୟ’ ‘ସିମ୍ବା’ ଓ ‘୮୩’ ଫିଲ୍ମ ଖୁବ୍ ଶୀଘ୍ର ପରଦାକୁ ଆସିବାର ଅଛି । ରୋହିତ୍ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ ରେ ଏକ ପୁଲିସ ଭୁମିକାରେ ନଜର ଆସିବେ ରଣବୀର ସିଂ । ଏହା ସହ ସେ ୧୯୮୩ର କ୍ରିକେଟ ୱାର୍ଲ୍ଡ କପକୁ ନେଇ ତିଆରି କରାଯାଉଥିବା ଫିଲ୍ମ ‘୮୩’ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More