Only for Entertainment

ବିଜନେସ ଅଫ ଫ୍ୟାଶନ’ର ତାଲିକାରେ ସାମିଲ ହେଲା ଦୀପିକା ପାଦୁକୋଣଙ୍କ ନାଁ !

18

ବଲିଉଡ ଆଇକନ ଦୀପିକା ପାଦୁକୋଣ ଦୁନିଆର ସବୁଠାରୁ ସୁନ୍ଦର ମହିଳାଙ୍କ ମଧ୍ୟରୁ ଜଣେ ଅଟନ୍ତି । ଏଭଳି ଅନେକ ସୁନ୍ଦର ମହିଳା ରହିଛନ୍ତି ଯେଉଁମାନଙ୍କ ନାଁ ଇତିହାସରେ ସାମିଲ ରହିଛି । ସେହି ମହିଳାଙ୍କ ତାଲିକାରେ ବଲିଉଡର ସବୁଠାରୁ ଅଧିକ ସୁନ୍ଦର ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ନାଁ ସାମିଲ ରହିଛି । ଆଜ୍ଞା ହଁ ଦୀପିକା ବିଜନେଓ ଅଫ ଫ୍ୟାଶନର ଟପ ୫୦୦ତାଲିକାରେ ନିଜ ନାଁ ସାମିଲ କରିବାରେ ସକ୍ଷମ ହୋଇପାରିଛନ୍ତି । ଦୀପିକାଙ୍କ ବ୍ୟତୀତୂ ଏହି ତାଲିକାରେ ଇଣ୍ଡିଆନ ଫ୍ୟାଶନ ଟାଏକୁନ ସଂଜୀବ ଭାଲଙ୍କ ନାଁ ମଧ୍ୟ ସାମିଲ ହୋଇଛି । ସେ ସେଟେକ୍ସର ଫାଉଣ୍ଡର ଏବଂ ମୁଖ୍ୟ ଶାସକ ଅଟନ୍ତି ।

ଏହି ତାଲିକା ବିଷୟରେ କହିବାକୁ ଗଲେ ବିଜନେଓ ଅଫ ଫ୍ୟାଶନର ପ୍ରବକ୍ତା କହିଛନ୍ତି ଯେ ଦୀପିକା ବଲିଉଡର ସବୁଠାରୁ ଅଧିକ ବ୍ୟବସାୟ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ଏହାବ୍ୟତୀତ ଭାରତୀୟ ଡିଜାଇନର୍ସ ଏବଂ ପିରିଶୀୟନ ଲେବେଲର ଖାସ କମ୍ବୋ ହିସାବରେ ମେସଷ୍ଟ୍ରିଟ ରେଡ କାର୍ପେଟର ପ୍ରିୟ ହୋଇଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଦୀପିକା ଫିଲ୍ମ ଛପାକରେ ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି ଫିଲ୍ମରେ ଏସିଡ ଆଟାକ ଲକ୍ଷ୍ମୀଙ୍କ କାହାଣୀ ରହିଛି । ଯିଏ ଏସିଡ ଆଟାକ ପରେ ନିଜ ଜୀବନ ସହ ସଂଘର୍ଷ କରି ବାଟ ଚାଲିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More