Only for Entertainment

ଏହି କାରଣରୁ ଦୀପବୀରଙ୍କ ରିସେପ୍ସନ ପାର୍ଟିରେ ନଜର ଆସିଲେନି ଆଲିଆ-ରଣବୀର ।

Jansatta
33

ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନ ୧ ଡିସେମ୍ବରେ ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ବିବାହ ରିସେପ୍ସନ ପାର୍ଟି ଦେଇଥିଲେ । ପାର୍ଟିରେ ଅମିତାଭ ବଚ୍ଚନ ଏବଂ ଶାହରୁଖ ଖାନଙ୍କ ସମେତ ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ କଳାକରଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ଏହି ରିସେପ୍ସନ ପାର୍ଟିରେ ବଲିଉଡର ଜଣା ଶୁଣା କଳାକାର ଯେପରି ରଣବୀର କପୁର, ଆଲିଆ ଭଟ୍ଟ ଏବଂ ସୋନମ କପୁରଙ୍କୁ ଦେଖିବାକୁ ମିଳିନଥିଲା ।

ପୂର୍ବରୁ ଶୁଣିବାକୁ ମିଲିଥିଲା ଯେ, ଦୀପିକାଙ୍କ ବିବାହରେ ରଣବୀର କପୁର ସାମିଲ ହେବେ କିନ୍ତୁ ଲେକ କୋମୋରେ କୌଣସି ବଲିଉଡ କଳାକାର ଯୋଗ ଦେଇନଥିଲେ । ଏହା ପରେ ସମସ୍ତ ଚାହିଁବସିଥିଲେ ଯେ, ଦୀପିକା –ରଣବୀରଙ୍କ ରିସେପ୍ସନରେ ରଣବୀର କପୁର, ଆଲିଆ ଭଟ୍ଟଙ୍କ ସହିତ ଏଣ୍ଟି ନେବେ । କିନ୍ତୁ ଏହା ସମସ୍ତଙ୍କୁ ନିରାଶ କରିଛି । ଦୀପବୀରଙ୍କ ୱେଡିଂ ରିସେପ୍ସନ ପାର୍ଟିରେ ନା ରଣବୀର କପୁର ନା ଆଲିଆ ଭଟ୍ଟ ସାମିଲ ହୋଇଥିଲେ । ତେବେ ରଣବୀର ଏବଂ ଆଲିଆ ପାର୍ଟିରେ ସାମିଲ ନହେବାର କାରଣ ଏବେ ସାମ୍ନାକୁ ଆସିଛି ।

ଖବର ଅନୁସାରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ଦୀପବୀରଙ୍କ ରିସେପ୍ସନ ପାର୍ଟି ପାଇଁ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବାରୁ ଦୁହେଁ ପାର୍ଟିରେ ସାମିଲ ହୋଇପାରିଲେ ନାହିଁ । କହିରଖୁଛୁ ଯେ, ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏବେ ଆୟାନ ମୁଖର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଖବର ଅନୁସାରେ ଦୁହେଁ ଶନିବାର ୨୦ ଘଣ୍ଟାର ସିପ୍ଟ କରିଥିଲେ ଯାହା ଫଳରେ ସେ ବିବାହ ଭୋଜିରେ ସାମିଲ ହୋଇପାରିଲେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More