Only for Entertainment

‘ଛପାକ’ର ସେଟରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଆଉ ଏକ ଫଟୋ, କ୍ୟାମେରାକୁ ଏକ ଲୟରେ ଚାହୁଁଥିବାର ଆସିଲେ ନଜର

lastly
26

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ନିଜର ଆଗାମୀ ଫିଲ୍ମ ‘ଛପାକ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । କିଛି ଦିନ ପୂର୍ବରୁ ଫିଲ୍ମର ପ୍ରଥମ ଲୁକ ରିଲିଜ କରାଯାଇଥିଲା । ଯାହା ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସମସ୍ତ ବଲିଉଡ ସେଲିବ୍ରିଟିଙ୍କୁ ଖୁବ ପସନ୍ଦ ଆସିଥିଲା । ଏବେ ଦୀପିକାଙ୍କ ଆଉ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଦିଲ୍ଲୀର ସୁଟିଂ ସେଟରୁ ଏହି ଫଟୋ ସାମ୍ନାକୁ ଆସିଛି । ଫଟୋରେ ଦୀପିକା ଏସିଡ ସରଭାଇଭର ଲକ୍ଷ୍ମୀ ଅଗ୍ରୱାଲଙ୍କ ଲୁକରେ ନଜର ଆସିଛନ୍ତି । ଏବଂ କ୍ୟାମେରାରକୁ ଏକ ଲୟରେ ଚାହିଁଛନ୍ତି ।

chapak

ଏହା ପୂର୍ବରୁ ମଧ୍ୟ ଦୀପିକାଙ୍କ ଅନେକ ଫଟୋ ସୁଟିଂ ସେଟରୁ ଭାଇରାଲ ହୋଇଛି । ପୂର୍ବରୁ ଆସିଥିବା ଫଟୋରେ ଦୀପିକା ସୁଟିଂ ସେଟରେ ପହଁଚି ଫ୍ୟାନ୍ସଙ୍କୁ ହାତ ହଲାଇ ସ୍ୱାଗତ କରିଥିଲେ । ସେଠାରେ ଉପସ୍ଥିତ ସମସ୍ତ ଲୋକେ ସେତେବେଳେ ଦୀପିକାଙ୍କୁ ଚିହ୍ନି ପାରିନଥିଲେ । କାରଣ ଦୀପିକାଙ୍କ ଲୁକ ସେଠାରେ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

deepika 1

ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମରେ ଦୀପିକାଙ୍କ ଅପୋଜିଟରେ ବିକ୍ରାନ୍ତ ମେସୀ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ମେଘନା ଗୁଲଜାର ଦେଉଥିବା ବେଳେ ଏହାର ପ୍ରଡ୍ୟୁସର ଅଛନ୍ତି ଖୋଦ ଦୀପିକା ପାଦୁକୋନ । ଫିଲ୍ମ ୧୦ ଜାନୁଆରୀ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More