Only for Entertainment

ମା’ ହେବାକୁ ନେଇ ଦୀପିକାଙ୍କ ବୟାନ, କହିଲେ ଏହି କଥା

google
31

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିକଟରେ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ସିନେମା ‘ଛପାକ’ର ସୁଟିଂ ପୂରା କରି ସାରିଛନ୍ତି। ସେ ଏବେ ନିଜର ଦ୍ୱିତୀୟ ସିନେମା ‘୮୩’କୁ ନେଇ ବ୍ୟସ୍ତ ଅଛନ୍ତି। ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଗୁଜବ ଉଠିଛି।

ରଣବୀର ସିଂହ ଓ ଦୀପିକ ପାଦୁକୋନ୍‌ଙ୍କ ବିବାହ ପରେ ଦୀପିକା ଅନ୍ତସତ୍ତ୍ୱା ଥିବା ନେଇ ଅନେକ ସମୟରେ ଗୁଜବ ଉଠି ଆସିଛି। ଏ ପ୍ରସଙ୍ଗରେ ଦୀପିକାଙ୍କୁ ପ୍ରଶ୍ନ କରାଗଲା ସେ ସବୁବେଳେ ଏହାକୁ ଅଣଦେଖା କରି ମଜାରେ ଉଡାଇ ଦେଇଥାଆନ୍ତି। ଚଳିତ ଥର ସେ ଏହାକୁ ନେଇ ନିଜ ମତ ରଖିଛନ୍ତି।

ନିକଟରେ ଦୀପିକା ମା’ ହେବାକୁ ନେଇ ମୁହଁ ଖୋଲି କହିଛନ୍ତି, ‘ରଣବୀର ଓ ମୁଁ ପିଲାମାନଙ୍କୁ ବହୁତ ଭଲ ପାଉ। କିନ୍ତୁ ଏବେ ଆମେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛୁ । ସନ୍ତାନ ପାଇଁ ଏବେ ଆହୁରି ସମୟ ବାକି ଅଛି। ତେଣୁ ଅଯଥାରେ ସୋସିଆଲ ମିଡିଆରେ ଯେଉଁ ଗୁଜବ ଉଠୁଛି। ତାହାକୁ ବିଶ୍ୱାସ କରନ୍ତୁ ନାହିଁ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More