Only for Entertainment

ନିର୍ଭୟା କାଣ୍ଡ ଉପରେ ଆଧାରିତ ୱେବସିରିଜର ନେଟଫ୍ଲିକ୍ସରେ ହେବ ଷ୍ଟ୍ରିମିଂ !

26

ନିର୍ଭୟା କାଣ୍ଡ ବିଷୟରେ ସମସ୍ତଙ୍କୁ ଜଣା । ସେହି ନିର୍ଭୟକାଣ୍ଡକୁ ପୁରା ଦେଶରେ ଖେଳିଯାଇଥିଲା କ୍ରୋଧର ନିଆଁ । ନିର୍ଭୟାକୁ ନ୍ୟାୟ ଦେବା ଲାଗି ରାଜରାସ୍ତାକୁ ଓଲ୍ହାଇ ଥିଲେ ଦେଶବାସୀ । ଆଜି ଏହି କାଣ୍ଡକୁ ୭ବର୍ଷ ବିତି ଯାଇଛି । ଏବେ ଏହା ଉପରେ ନେଟଫ୍ଲିକ୍ସର ଏକ ସିରିଜ ଆସିବାକୁ ଯାଉଛି , ଯାହାକୁ ନେଇ ବେଶ ଚର୍ଚ୍ଚା ରହିଛି । ଆଜ୍ଞା ହଁ, ୨୦୧୨ରେ ହୋଇଥିବା ସାମୂହିକ ଧର୍ଷଣ ଏବଂ ହତ୍ୟାକାଣ୍ଡ ସମସ୍ତଙ୍କ ଛାତି ଥରାଇ ଦେଇଥିଲା । ଏହା ଉପରେ ଆଧାରିତ ୱେବ ସିରିଜ “ଡେଲି କ୍ରାଇମ’ ଗତକାଲି ନେଟଫ୍ଲିକ୍ସରେ ସ୍ଟ୍ରିମିଂ ହୋଇଛି । ଏହା ସାତୋଟି ଭାଗରେ ରିଲିଜ ହେବ । ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି କାନାଡାରେ ରହୁଥିବା ରିଚି ମେହେତା । ଏହି ସିରିଜରେ କାଣ୍ଡ କରିଥିବା ୬ଜଣଙ୍କୁ ଗିରଫ କରିବା ପାଇଁ ପୁଲିସର ପ୍ରୟାସକୁ ଏବଂ ଯାଂଚକୁ ଦେଖିବାକୁ ମିଳିବ ।

ଏହି ଫିଲ୍ମକୁ ବନାଇବା ପାଇଁ ପ୍ରୟାସ ବିଷୟରେ କହିବାକୁ ଗଲେ ଦିଲ୍ଲୀ ପୁଲିସରେ କାର୍ଯ୍ୟରତ ପରିବାରର ମିତ୍ର ଫିଲ୍ମ ପ୍ରସ୍ତୁତ କରିବା ପାଇଁ କହିଥିଲେ । ୨୦୧୩ରୁ ନିଦ୍ଦେଶକ ରିସର୍ଚ୍ଚ କରିଥିଲେ । ନିର୍ଦ୍ଦେଶକଙ୍କ କହିବା ମୁତାବକ ୪ବର୍ଷ ରିସର୍ଚ୍ଚ ଏବଂ ଲେଖା ପରେ ୪୩୦ପୃଷ୍ଠା କାହାଣୀ ପ୍ରସ୍ତୁତ ହୋଇପାରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More