Only for Entertainment

ଡେନମାର୍କରେ ଭାରିପଡିଲା ଯୁବତୀଙ୍କ ବୁର୍ଖା ପିନ୍ଧିବା, ଲାଗିଲା ୧୦ ହଜାର ଟଙ୍କାର ଜୋରିମାନା ।

Sputnik International
0 26

ଅଗଷ୍ଟ ୧ ତାରିଖ ଠାରୁ ଡେନମାର୍କରେ ସାର୍ବଜନୀନ ସ୍ଥାନରେ ବୁର୍ଖା ପିନ୍ଧିବା ଉପରେ କଟକଣା ଲାଗିଛି । ଏହି କଟକଣା ପରେ ପ୍ରଥମ ଥର ପାଇଁ ୨୮ବର୍ଷିୟ ଜଣେ ଯୁବତୀଙ୍କ ଉପରେ ନିୟମ ଉଲ୍ଲଂଘନ ଅଭିଯୋଗରେ ଜୋରିମାନା ଲାଗିଛି । ଏହି ଯୁବତୀଙ୍କ ଉପରେ ୧,୦୦୦ କ୍ରାନର ଜୋରିମାନା ଲଗାଯାଇଛି । ଭାରତୀୟ ମୁଦ୍ରାରେ ଏହା ପାଖାପାଖି ୧୦ ହଜାର ଟଙ୍କା ।

ସ୍ଥାନୀୟ ପୁଲିସର କହିବା ଅନୁସାରେ ମଙ୍ଗଳବାର ଆମେ ଏକ ଫୋନ କଲ ପାଇ ହର୍ସଲୋମ ସପିଂ ସେଣ୍ଟରରେ ପହଞ୍ଚିଥିଲୁ । ସେଠାରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ବୁର୍ଖା ଖୋଲିବାର ଚେଷ୍ଟା କରୁଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ମହିଳା ଜଣଙ୍କ ବୁର୍ଖା ପିନ୍ଧିଥିବା ସପିଂ ଷ୍ଟୋରର ସିସିଟିଭି ଫୁଟେଜରୁ ଜଣାପଡିବା ପରେ ତାଙ୍କ ଉପରେ ୧୦ହଜାର ଟଙ୍କାର ଜୋରିମାନା ଲଗାଯାଇଛି ।

ଖବର ଅନୁସାରେ ପୁଲିସ ପହଁଚି ବୁର୍ଖା ଖୋଲିବା ପାଇଁ କିମ୍ବା ସାର୍ବଜନୀନ ସ୍ଥାନ ଛାଡି ଯିବା ପାଇଁ ଯୁବତୀଙ୍କୁ କହିଥିଲେ କିନ୍ତୁ ସେ ବୁର୍ଖା ହଟାଇବା ବଦଳରେ ସେଠାରୁ ଚାଲିଯାଇଥିଲେ । ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଆମେ କଡ଼ାକଡି ପାଳନ କରିବାକୁ ଚେଷ୍ଟା କରୁଛୁ ବୋଲି ପୁଲିସ ଅଧିକାରୀ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More