Only for Entertainment

ମାଲିକ ଜେଲ ଯିବା ପରେ, ଅସହାୟ କୁକୁରକୁ ସାହା ହେଲା ପୁଲିସ !

55

ପୁଲିସ ଥାନାରେ ଏବେ ସ୍ୱତନ୍ତ୍ର ଅତିଥି ଭାବେ ରହୁଛି ‘ସୁଲତାନ’ | ‘ସୁଲତାନ’ ପଢି ଆପଣ ସଲମାନ ଖାନଙ୍କ କଥା ଭାବିଦେଲେ କି ? ସେମିତି ଜମା ବି ନୁହେଁ | ସୁଲତାନ ହେଉଛି ଏହି କୁକୁରର ନାମ | ବର୍ତ୍ତମାନ ମଧ୍ୟପ୍ରଦେଶର ବଜାରିଆ ପୁଲିସ ଥାନାରେ ଏହି କୁକୁରଟି ରହୁଥିବା ବେଳେ ପୁଲିସ କର୍ମୀମାନେ ଏହାର ଯତ୍ନ ନେଉଛନ୍ତି | ଏହି କୁକୁରଟି ଥାନାକୁ ଆସିଲା କେମିତି କାହାଣୀଟି ଭାରି ରୋଚକ |

ପୁଲିସର କହିବା ମୁତାବକ ଗତମାସ ୨୧ ତାରିଖରେ ଦୁଇ ପଡୋଶୀଙ୍କ ମଧ୍ୟରେ ବିବାଦ ହୋଇଥିଲା | ଏଥିରେ ଗୋଟିଏ ପରିବାରର ସଦସ୍ୟମାନେ ଅନ୍ୟ ପରିବାରକୁ ଆକ୍ରମଣ କରିଥିଲେ | ଯାହାଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ପୁଲିସ ତଦନ୍ତ କରି ହତ୍ୟା କରିଥିବା ୬ ଜଣଙ୍କୁ ଗିରଫ କରିଥିଲା | କିନ୍ତୁ ଏହି ଘରେ ସୁଲତାନ ରହୁଥିଲା ପରିବାରର ସମସ୍ତ ସଦସ୍ୟ ଗିରଫ ହୋଇଯିବା ପରେ ଭୋକ ଉପାସରେ ରହିଥିଲା ଲାବ୍ରାଡର ପ୍ରଜାତିର ଏହି କୁକୁର ସୁଲତାନ |

ପରେ ପୁଲିସ ସୁଲତାନର ଏଭଳି ଅବସ୍ଥା ଦେଖି ଥାନାକୁ ନେଇଆସିଥିଲା | ଏବେ କୁକୁରଟିର ଯତ୍ନ ନିଆଯିବା ସହ କ୍ଷୀର-ରୁଟି ଖାଇବାକୁ ଦିଆଯାଉଛି | ସାରା ଦିନ ଥାନା ପରିସରରେ କୁକୁରଟି ଡିଆଁଡେଇଁ କରୁଥିବାବେଳେ ପୁଲିସ କର୍ମୀଙ୍କ ସବୁ କଥାକୁ ମାନୁଛି |

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More