Only for Entertainment

ଦୁନିଆର ସବୁଠାରୁ ମହଙ୍ଗା ସହରରେ ବିବାହ କରିବେ ମସକଲି ଗାର୍ଲ ସୋନମ

Jinnions
0 66

ବଲିଉଡର ମସକଲି ଗାର୍ଲ ସୋନମ କପୁରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ସୋନମ ଏବଂ ଆନନ୍ଦ ୧୧ ଏବଂ ୧୨ ମେ ରେ ଜେନେଭାରେ ବିବାହ କରିବେ । ଦୁହିଁଙ୍କ ପରିବାର ଉଦୟପୁର ଏବଂ ଜୟପୁରରେ ବିବାହ ପାଇଁ ଚିନ୍ତା କରିଥିଲେ କିନ୍ତୁ ଆନନ୍ଦ ଏବଂ ସୋନମ ବିବାହ କରିବା ପାଇଁ ଜେନେଭାକୁ ଚୟନ କରିଛନ୍ତି ।

sonam and anand

କେବଳ ଏତିକି ନହେଁ ଦୁହିଁଙ୍କ ପରିବାର ଲୋକେ କିଛି ଖାସ ବନ୍ଧୁଙ୍କୁ ଫୋନ କରି ବିବାହ ପାଇଁ ନିମନ୍ତ୍ରଣ କରିଛନ୍ତି । ଏଥିରୁ ଜଣାପଡୁଛି ସୋନମ ଏବଂ ଆନନ୍ଦଙ୍କ ବିବାହରେ କିଛି ଘନିଷ୍ଠ ବନ୍ଧୁଙ୍କ ସହିତ ପରିବାରର କିଛି ସମ୍ପକୀୟ ମଧ୍ୟ ଉପସ୍ଥିତ ରହିବେ ।

ସୋନମ ଏବଂ ଆନନ୍ଦଙ୍କ ବିବାହରେ ସଙ୍ଗୀତ ଏବଂ ମେହେନ୍ଦୀ ସେରେମନିର ମଧ୍ୟ ଆୟୋଜନ କରାଯାଉଛି । ଏହି ବିବାହ ହିନ୍ଦୁ ରୀତି ନିତିରେ ହେବ ବୋଲି ସୂଚନା ମିଳିଛି । ସୋନମଙ୍କ ୱେଡିଂ ଡ୍ରେସକୁ ଅବୁ ଜାନି ଏବଂ ସନ୍ଦୀପ ଖୋସଲା ଡିଜାଇନ କରୁଛନ୍ତି । ଏହା ବ୍ୟତିତ ଅନ୍ୟ ସମସ୍ତ ଆଉଟଫିଟକୁ ରାଲ୍ଫ ଆଣ୍ଡ ରସୋ ଡିଜାଇନ କରିବେ ।

sonam

ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ସୋନମଙ୍କ ପାଇଁ ଖାସ ରହିବ । କାରଣ ତାଙ୍କ ଫିଲ୍ମ ‘ବୀରେ ଦି ୱେଡିଂ’ ମାର୍ଚ୍ଚ ମାସରେ ରିଲିଜ ହେବ । ସୋନମ କପୁରଙ୍କ ହୋମ ପ୍ରଡକ୍ସନରେ ଏହି ଫିଲ୍ମ ନିର୍ମାଣ କରାଯାଇଛି । ସୋନମଙ୍କ ବ୍ୟତିତ କରିନା କପୁର ଓ ସ୍ୱରା ଭାସ୍କର ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More