Only for Entertainment

ନିଆରା ଥିଲା ଦେବ ଆନନ୍ଦଙ୍କ ପ୍ରେମ କାହଣୀ, ଫିଲ୍ମ ସେଟର ଲଂଚ ବ୍ରେକରେ ହିଁ କରିଥିଲେ ବିବାହ

india today
31

ପ୍ରସିଦ୍ଧ ଅଭିନେତା ଦେବ ଆନନ୍ଦଙ୍କ ଆଜି ଜନ୍ମଦିନ । ସେ ୨୬ ସେପ୍ଟେମ୍ବର ୧୯୨୩ରେ ଅବିଭାଜିତ ପାକିସ୍ତାନର ଶଙ୍କରଗଢରେ ହୋଇଥିଲା । କୁହାଯାଏ ଯେ, ସେତେବେଳେ ଦେବ ଆନନ୍ଦଙ୍କ ପାଇଁ ଝିଅମାନେ ଖୁବ ପାଗଳ ଥିଲେ । ତାଙ୍କୁ ଦେଖି ଛାତରୁ ଡେଇଁବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ । କିନ୍ତୁ କୋଟି କୋଟି ଝିଅଙ୍କ ହୃଦୟରେ ରାଜ କରୁଥିବା ଦେବ ଆନନ୍ଦଙ୍କୁ ତାଙ୍କ ସମୟର ପ୍ରସିଦ୍ଧ ଅଭିନେତ୍ରୀ ସୁରୈୟାଙ୍କ ସହିତ ପ୍ରେମ ହୋଇଯାଇଥିଲା ।

ଦେବ ଆନନ୍ଦଙ୍କ ଏବଂ ସୁରୈୟାଙ୍କ ପ୍ରେମ ଫିଲ୍ମ ବିଦ୍ୟାର ସୁଟିଂ ସମୟରେ ହୋଇଥିଲା । ସୁଟିଂ ସେଟରେ ହୋଇଥିବା ଏକ ଦୁର୍ଘଟଣାରେ ବିଦ୍ୟାଙ୍କ ଜୀବନ ବଂଚାଇଥିଲେ ଦେବ ଆନନ୍ଦ । ସେତେବେଳେ ସୁରୈୟା ଜଣେ ବଡ ଅଭିନେତ୍ରୀ ଥିଲେ ଏବଂ ଦେବ ଆନନ୍ଦ ନିଜ କ୍ୟାରିଅରର ଆରମ୍ଭ କରିଥିଲେ । ଏହା ପରେ ମଧ୍ୟ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ ।

ନିଜର ଆତ୍ମକଥା ରୋମାନ୍ସ ୱିଥ ଲାଇଫରେ ଦେବ ଆନନ୍ଦ କହିଥିଲେ, ‘କାମ କରିବା ସମୟରେ ହିଁ ସୁରୈୟାଙ୍କ ସହିତ ମୋର ବନ୍ଧୁତା ଗଭୀର ହୋଇଯାଇଥିଲା । ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଗଲା । ଏପରି କୌଣସି ଦିନ ନଥିଲା ଯେ ସୁରୈୟାଙ୍କ ସହିତ ମୋର କଥା ହେଉନଥିଲା । ସାମ୍ନା ସାମ୍ନା ନହେଲେ ବି ଫୋନରେ ଘଣ୍ଟା ଘଣ୍ଟା କଥା ହେଉଥିଲୁ । ମୁଁ ବୁଝି ସାରିଥିଲି ମୋତେ ସୁରୈୟାଙ୍କ ସହିତ ପ୍ରେମ ହୋଇଗଲା । କିନ୍ତୁ ସୁରୈୟାଙ୍କ ଆଇ ପ୍ରେମ କାହାଣୀର ସବୁଠାରୁ ବଡ ସମସ୍ୟା ଥିଲେ । ସୁରୈୟାଙ୍କ ଘରେ ତାଙ୍କ ଆଇଙ୍କ ଅନୁମତି ବିନା କିଛି ହେଉନଥିଲା । ଆମ ପ୍ରେମ କାହାଣୀର ସେ ଭିଲିଆନ ଥିଲେ । ଏହାର ସବୁଠାରୁ ବଡ କାରଣ ଥିଲା ସୁରୈୟା ମୁସଲିମ ଥିଲେ ଏବଂ ମୁଁ ହିନ୍ଦୁ ।’

ଏହା ସହିତ ସେ କହିଥିଲେ, ‘ସୁରୈୟାଙ୍କ ପାଇଁ ମୁଁ ମୁଦି ନେଇ ଯାଇଥିଲି । ମୁଁ ମୁଦି ନେଇ ତାଙ୍କ ପାଖକୁ ପହଁଚିବା ପରେ ସେ ଏହି ମୁଦିକୁ ସମୁହ୍ରକୁ ଫୋପାଡି ଦେଇଥିଲେ । ମୁଁ କେବେ ପଚାରିନଥିଲି ସେ ଏପରି କାହିଁକି କହିଥିଲେ । ମିଁ ସେଠାରୁ ଚାଲି ଆସିଥିଲି ।’ ଏହି ଘଟଣା ପରେ ସୁରୈୟା ଏବଂ ଦେବ ଆନନ୍ଦଙ୍କ ସମ୍ପର୍କ ଆଗକୁ ବଢିନଥିଲା । ଏବଂ ଦୁହେଁ ପରସ୍ପରକୁ ସାକ୍ଷାତ କରିନଥଲେ ।

ସୁରୈୟା ନିଜ ଜୀବନରେ ବିବାହ କରିନଥିଲେ କାରଣ ସେ ଦେବ ଆନନ୍ଦଙ୍କ ଭଲପାଇବାକୁ ଭୁଲି ନଥିଲେ । କିନ୍ତୁ ଦେବ ଆନନ୍ଦ ଫିଲ୍ମର ନୂଆ କଳାକାର କଳ୍ପନା କାର୍ତ୍ତିକଙ୍କୁ ବିବାହ କରିଥିଲେ ।

୧୯୫୪ର ଫିଲ୍ମ ‘ଟ୍ୟାକ୍ସି ଡ୍ରାଇଭର’ର ନୂଆ ହିରୋଇନ କଳ୍ପନାଙ୍କୁ ଦେଖି ସେ ତାଙ୍କ ଆଡକୁ ଆକର୍ଷିତ ହୋଇଥିଲେ । ସେଟରେ ହିଁ ସେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲେ । ଗୋଟିଏ ଦିନ ଦୁହେଁ ଲଂଚ ବ୍ରେକରେ ହିଁ ବିବାହ କରିନେଇଥିଲେ । ଶେଷ ପର୍ଯ୍ୟନ୍ତ ସେ ଦେବ ଆନନ୍ଦଙ୍କ ପତ୍ନୀ ହୋଇ ରହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More