Only for Entertainment

ଫିଲ୍ମ ଅଫରକୁ ଦେବିକାଙ୍କ ନା !

facebook of devika
56

ଆଜିକାଲି ବେଶ୍‍ ଚର୍ଚ୍ଚାରେ ଟେଲି ନାୟିକା ଦେବିକା ଅରୁନ୍ଧତୀ ସାମଲ । ସେ ସାର୍ଥକ ଟିଭିରେ ପ୍ରସାରିତ ମେଗା ସିରିଏଲ୍‍ ‘ମୋ’ ଜେଜେମା’ ରେ ଫିମେଲ ଲିଡରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ଅବଶ୍ୟ ତା ପୂର୍ବରୁ ସେ ଶିଶୁ କଳାକାର ଭାବେ କେତୋଟି ଟେଲି ଧାରାବାହିକରେ ଅଭିନୟ କରିଥିଲେ । ଟେଲି ଓ ଯାତ୍ରା ଜଗତର ଜଣାଶୁଣା ହିମାଂଶୁ ସାମଲ (ହେମି) ଓ ଜଣାଶୁଣା ମେଘ ମତେ ‘ରେ ବି ଦର୍ଶକ ଦେଖିବାକୁ ପାଇଛନ୍ତି । ତା ଛଡା ସେ ଜ୍ୱାଇଁ ନଂ-୧’ରେ ବି ଅଭିନୟ କରିଛନ୍ତି । ଓଲିଉଡରୁ ଦେବିକାଙ୍କୁ ଅଫର ମିଳିଛି, ହେଲେ ଟେଲି ଦୁନିଆକୁ ଛାଡି ଏତେ ଶୀଘ୍ର ଫିଲ୍ମରେ ପାଦ ଦେବାକୁ ସେ ଚାହାନ୍ତି ନାହିଁ ।

devika arundhati

ଓଲିଉଡର ଏକ ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍‍ ପକ୍ଷରୁ ଏକ ଫିଲ୍ମରେ ଫିମେଲ ଲିଡ ପାଇଁ ତାଙ୍କ ପାଖକୁ ଅଫର ଆସିଥିଲା, ହେଲେ ସେ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଶୁଣିବାକୁ ମିଳିଥିଲା ଏହି ପ୍ରଯୋଜନା ସଂସ୍ଥା ତାଙ୍କର ନୂଆ ସିନେମା ‘ଆଇ ଲଭ ୟୁ-୨’ ଲାଗି ନାୟିକା ଭୂମିକାରେ ବ୍ରେକ୍‍ ଦେବାକୁ ଚାହୁଁଥିଲେ, କିନ୍ତୁ ଟେଲି ନାୟିକା ଦେବିକା ସେଥିପାଇଁ ରାଜି ହୋଇନଥିଲେ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More