Only for Entertainment

ସାଥ ନିଭାନା ସାଥିଆଁ ଅଭିନେତ୍ର୍ରୀଙ୍କ ବ୍ୟାଙ୍କ ଆକାଉଂଟ ହ୍ୟାକ,ଚୋରି ହେଲା ହଜାର ହଜାର ଟଙ୍କା ।

india today
0 39

ଜନପ୍ରିୟ ମେଗା ଧାରାବାହିକ ସାଥ ନିଭାନା ସାଥିଆଁର ଅଭିନେତ୍ରୀ ଗୋପି ବୋହୁ ବା ଦେବୋଲିନା ଭଟାଚାର୍ଜୀଙ୍କର ବ୍ୟାଙ୍କ ଆକାଉଂଟ ହ୍ୟାକ ହୋଇଛି । ତାଙ୍କ ଆକାଉଂଟରୁ ୧୬ ହଜାର ଟଙ୍କା ଟ୍ରାନ୍ସଫର ହୋଇଛି ।

ଏକ ମିଡିଆ ରିପୋର୍ଟ ଅନୁସାରେ ଆଜି ସକାଳେ ତାଙ୍କ ମୋବାଇଲକୁ ଏହି ମେସେଜ ଆସିବା ମାତ୍ରେ ସେ ଜାଣି ପାରଥିଲେ । ତେବେ ସେ କୌଣସି ଖର୍ଚ୍ଚ କରିନଥିବା କଥା କହିଥିଲେ । ଏହାପରେ ତାଙ୍କ ଆକାଉଂଟ ହ୍ୟାକ ହୋଇଥିବା କଥା ସେ ଜାଣିବାକୁ ପାଇଥିଲେ ।

ଆସିଥିବା ମେସେଜରୁ ଜଣାପଡ଼ୁଛି ୧୬ ହଜାର ଟଙ୍କା ଫ୍ରାନ୍ସିସ୍କୋକୁ ଟ୍ରାନ୍ସଫର କରାଯାଇଛି । ଏହା ସହିତ ସେ ତାଙ୍କର ଆକାଉଂଟ ବ୍ଲକ ମଧ୍ୟ କରିଦେଇଛନ୍ତି । ସମସ୍ତଙ୍କୁ ଏହି ବାବଦରେ ସାବଧାନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଗତବର୍ଷ ନକୁଳ ମେହତା ମଧ୍ୟ ଏହାର ଶୀକାର ହୋଇଥିଲେ । ପୋଲିସରେ ଜଣାଇବା ପରେ ମଧ୍ୟ ସେ ଟଙ୍କା ଫେରି ପାଇନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More