Only for Entertainment

ସାମ୍ନାକୁ ଆସିଲା ଫିଲ୍ମ ‘ଧଡକ’ର ମେକିଂ ଭିଡିଓ, ସହଜ ନଥିଲା ଇଶାନଙ୍କ ଏହି ଜମ୍ପ

zee news
0 46

ଜାହ୍ନବୀ କପୁର ଓ ଇଶାନ ଖଟ୍ଟରଙ୍କ ଯୋଡି ‘ଧଡକ’ ଫିଲ୍ମ ଜରିଆରେ ସିଲଭର୍ ସ୍କ୍ରିନରେ ପାଦ ରଖିବାକୁ ଯାଉଛି । ଆଉ ସଭିଁଙ୍କ ନଜର ରହିଛି ସ୍ୱଗର୍ତ ଶ୍ରୀଦେବୀ ଓ ବୋନି କପୁର୍ଙ୍କ ଝିଅ ଜାହ୍ନବୀଙ୍କ ଉପରେ । କେମିତି ରହିବ ସୁପରଷ୍ଟାର୍ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀଙ୍କ ଅଭିନୟ ତାହାକୁ ଦେଖିବା ପାଇଁ ଚାହିଁ ରହିଛନ୍ତି ସିନେପ୍ରେମୀ । ଫିଲ୍ମ ରିଲିଜ୍କୁ ଆଉ କିଛି ଦିନ ବାକି ରହିଥିବାବେଳେ ଏବେ ମେକର୍ ଭେଟି ଦେଇଛନ୍ତି ମେକିଂ ଭିଡିଓ ।

ଗତ କିଛିଦିନ ତଳେ ମୁକ୍ତିଲାଭ କରିଥିଲା, ଧଡକର ରୋମାଂଟିକ୍ ଗୀତ ‘ପେହଲି ବାର’ । ଗୀତଟି ସ୍ରୋତାଙ୍କୁ ଆସିଛି ଢେର୍ ପସନ୍ଦ । ଆଉ ଏହାସହ ସୋସିଆଲ୍ ମିଡିଆରେ ବି ଗୀତକୁ ଲାଇକ୍ ଓ ସେୟାର୍ କରାଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ନଜରରେ ରେଖି ମେକର୍ ଏବେ ଭେଟି ଦେଇଛନ୍ତି ଏହି ଗୀତର ମେକିଂ ଭିଡିଓ । ଯେଉଁଥିରେ ଗୀତ ସୁଟିଂର ପୁରା ନଜାରା ଦେଖିବାକୁ ମିଳିଛି । ଏହି ଭିଡିଓକୁ ମେକର ନାମ ଦେଇଛନ୍ତି ‘ଦ ଜମ୍ପ’ ।

ଯେଉଁ ଜଳାସୟରେ ଏହି ଗୀତର ସୁଟିଂ କରାଯାଇଛି, ସେଥିରେ ଇଶାନଙ୍କ ଜମ୍ପ ମାରିବା ଦୃଶ୍ୟକୁ ଫୋକସ୍ କରି ଏହି ମେକିଂ ଭିଡିଓ ବନା ଯାଇଛି । ଥଣ୍ଡା ଦିନେ ପାଣିରେ ବୁଡି ରହି ଗୀତର ସୁଟିଂ କରିବା ଏତେ ବି ସହଜ ନଥିଲା ନାୟକ ନାୟିକାଙ୍କ ପାଇଁ । ଏହାସହ ଉକ୍ତ ଜଳାସୟରେ ସାପ ଥିବାର ଭୟ ମଧ୍ୟ ଥିଲା ମେକରଙ୍କୁ ତଥାପି ସୁନ୍ଦର ଭାବେ ଗୀତକୁ କ୍ୟାମେରାରେ କଏଦ କରି ପାରିଛନ୍ତି ନିର୍ଦ୍ଦେଶକ ସଶାଙ୍କ ଖୈତାନ୍ ।

କରଣ ଜୋହର୍ଙ୍କ ଧର୍ମା ପ୍ରଡକ୍ସନ ଓ ଜି ଷ୍ଟୁଡିଓଜର ମିଳିତ ଅବଦାନରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ଧଡକ ୨୦ ଜୁଲାଇରେ ପରଦାକୁ ଆସିବ । ଫିଲ୍ମକୁ ନେଇ ଉଭୟ ଲିଡ୍ ଷ୍ଟାର୍ ଅଛନ୍ତି ବେଶ ଏକ୍ସାଇଟେଡ୍ । କେବଳ ସେତିକି ନୁହେଁ ଫିଲ୍ମର ପ୍ରମୋସନ୍ କରିବାରେ କୌଣସି ବି ମଉକାକୁ ବାକି ଛାଡୁ ନାହାଁନ୍ତି ଏମାନେ । ଏବେ ଦେଖିବାକୁ ବାକି ରହିଲା ଦର୍ଶକଙ୍କୁ ଏମାନଙ୍କ ଅଭିନୟ କେତେ ଦୂର ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More