Only for Entertainment

ସୋସିଆଲ ମିଡିଆରେ ଭାଇରାଲ ହେଲା ଧଳା ଶାଢୀରେ ଧଡ଼କ ଗର୍ଲ ଜାହ୍ନବୀ କପୂରଙ୍କ ସେକ୍ସି ଫଟୋ

51

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ପୁଣିଥରେ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଛନ୍ତି । କେବଳ ସୋସିଆଲ ମିଡିଆରେ ନୁହେଁ ବରଂ ଡେସିଂ ସେନ୍ସ ଏବଂ ଲୁକ୍ସ ପାଇଁ ମଧ୍ୟ । ନିକଟରେ ଜାହ୍ନବୀ ଅମିତାଭ ବଚ୍ଚନଙ୍କ ଦୀପାବଳି ପାର୍ଟିରେ ଯୋଗ ଦେଇଥିଲେ । ଯେଉଁଠାକୁ ସେ ଏକ ଧଳା ରଙ୍ଗର ଶାଢୀ ପିନ୍ଧି ଯାଇଥିଲେ । ସେହି ଟ୍ରାଡିସନାଲ ଲୁକରେ କ୍ଲିକ ହୋଇଥିବା ଫଟୋକୁ ଜାହ୍ନବୀ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।

 

 

View this post on Instagram

 

🙃

A post shared by Janhvi Kapoor (@janhvikapoor) on

 

ଧଳା ଶାଢ଼ି ଏବଂ ତା’ସହିତ ଡିପ୍ ବ୍ୟାକ୍‌ର ଷ୍ଟାଇଲିଶ୍ ବ୍ଲାଉଜ୍ ଗେଟ୍‌ ଅପ୍‌ରେ ସେ ବେଶ୍‌ ସୁନ୍ଦର ଓ ହଟ୍ ଦେଖାଯାଉଛନ୍ତି। ଫଟୋଟି ଭାଇରାଲ୍ ହେବା ସହିତ ତାଙ୍କ ପାଖକୁ ଅନେକ ବାହାଘର ପ୍ରସ୍ତାବ ବି ଆସିଛି।ଏ ଫଟୋଟିକୁ ଜାହ୍ନବୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଥିବା ବେଳେ ଏଥିରେ ପ୍ରତିକ୍ରିୟା ଦେଇ ଜଣେ ୟୁଜର ଲେଖିଛନ୍ତି, “ଆପଣ ଧଳା ଶାଢ଼ିରେ ଖୁବ୍ ହଟ୍ ଦେଖାଯାଉଛନ୍ତି।” ଆଉ ଜଣେ ଏ ଫଟୋ ଦେଖି ତାଙ୍କୁ ବାହା ହେବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, “ଜାହ୍ନବୀ ଆପଣ ମୋତେ ବାହା ହେବ କି?”କେହି କେହି ଏହି ଫଟୋକୁ ଦେଖି ଜାହ୍ନବୀଙ୍କ ମା’ ତଥା ଅଭିନେତ୍ରୀ ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି। ‘ଚାନ୍ଦ୍‌ନୀ’ ଫିଲ୍ମରେ ଶ୍ରୀଦେବୀ ଧଳା ଶାଢ଼ୀ ପିନ୍ଧି ଖୁବ୍ ସୁନ୍ଦର ଦେଖାଯାଉଥିଲେ।ଦୀପାବଳି ପର ଦିନ ଜାହ୍ନବୀଙ୍କ ପରିବାର ପକ୍ଷରୁ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ସେ ଏହି ଶାଢ଼ି ପିନ୍ଧିଥିଲେ। ତାଙ୍କୁ ଏହି ଶାଢ଼ିରେ ଦେଖି ତାଙ୍କ ଭଉଣୀ ତଥା ଅଭିନେତ୍ରୀ ସୋନମ କପୁର ମଧ୍ୟ ବେଶ୍ ପ୍ରଶଂସା କରିଥିଲେ।ସୂଚନାଯୋଗ୍ୟ, ଆଗକୁ ଜାହ୍ନବୀଙ୍କୁ ‘ରୁହିଅଫ୍‌ଜା’, ‘କାରଗିଲ୍ ଗର୍ଲ’ ଓ ‘ଦୋସ୍ତାନା ୨’ ଭଳି ଫିଲ୍ମରେ ଦେଖିବାକୁ ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More