Only for Entertainment

ଜାହ୍ନବୀଙ୍କ ପ୍ରଥମ ଫିଲ୍ମ ଧଡ଼କର ଉଡ଼ିଲା ମଜାକ । ଫନି ମିମ୍ସ ଭାଇରାଲ ।

youtube
0 51

ଜାହ୍ନବୀ କପୁରଙ୍କ ଧଡ଼କ ବହୁ ଲୋକଙ୍କୁ ପସନ୍ଦ ଆସୁଛି । ଅନ୍ୟ ପକ୍ଷରେ ସୋସିଆଲ ମିଡିଆରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଧଡ଼କର ମଜାକ ଉଡ଼ାଇଛନ୍ତି । ଯେବେଠାରୁ ଫିଲ୍ମ ଧଡ଼କର ଟ୍ରେଲର ରିଲିଜ ହୋଇଛି ଫିଲ୍ମ ସୈରାଟ ସହିତ ଏହାର ତୁଳନା କରିବା ଆରମ୍ଭ ହୋଇସାରିଛି ।

ଜଣେ ୟୁଜର ଲେଖିଛନ୍ତିଯେ ଧଡ଼କର ଟ୍ରେଲର ଦେଖିବା ପରେ ମୋତେ ସୈରାଟର କଳାକରଙ୍କ ପାଇଁ ସମ୍ମାନ ବଢିଯାଇଛି । ଏହି ଷ୍ଟାର କିଡସଙ୍କୁ ଆକ୍ଟିଂ ଟିପ୍ସ ନେବା ଉଚିତ । ଲୋକ ଦୁଇଟି ଫିଲ୍ମକୁ ତୁଳନା କରି କେତେକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଧଡ଼କକୁ କମ ଅଙ୍କାଯାଇଛି ।

 

ଫିଲ୍ମକୁ କେତେକ ବଲିଉଡ ତାରକା ପସନ୍ଦ କରିଛନ୍ତି । କିନ୍ତୁ ଫିଲ୍ମକୁ ଭଲ ରେସପନ୍ସ ମିଳିବା ପରେ ଜାହ୍ନବୀ ଏବଂ ଈଶାନ ଖୁବ ଖୁସି ଅଛନ୍ତି । ଟ୍ରେଲରକୁ ୨୪ ଘଂଟାରେ ୨୦ ମିଲିୟନ ଲୋକ ଦେଖିଛନ୍ତି । ତେବେ କରଣ ଜୋହର ଏହି ଦୁଇଜଣଙ୍କର ଏକ କ୍ୟୁଟ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

 

 

 

 

 

 

 

 

ଫିଲ୍ମ ଧଡ଼କ ତାମିଲ ଫିଲ୍ମ ସୈରାଟର ରିମେକ । ଫିଲ୍ମ କରଣ ଜାହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରେ ତଳେ ନିର୍ମାଣ କରାଯାଇଛି । ଫିଲ୍ମ ୨୦ ଜୁଲାଇକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More