Only for Entertainment

ଏହି ଫିଲ୍ମ ପାଇଁ ମାଧୁରୀଙ୍କୁ ମିଳିଥିଲା ସଲମାନଙ୍କ ଠାରୁ ଅଧିକ ଫିସ ।

bollywood tadka
0 35

ବଲିଉଡର ଧକ ଧକ ଗର୍ଲ ମାଧୁରୀ ଦିକ୍ଷୀତଙ୍କୁ ଫିଲ୍ମ ‘ହମ ଆପକେ ହୈ କୌନ ପାଇଁ ସଲମାନଙ୍କ ଠାରୁ ଅଧିକ ଫିସ ମିଳିଥିଲା । ଯଦିଓ ସେ ଅଧିକ ଟଙ୍କା ନେଇଥିଲେ ତଥାପି ମାଧୁରୀ ଏହି କଥା ଜାଣିନଥିଲେ ।

ମାଧୁରୀ କହିଲେଯେ ମୋତେ ଜଣାନାହିଁଯେ ଏହି ପ୍ରଶ୍ନର କେଉଁ ଉତ୍ତର ଦେବି । ମୋତେ ଏହା ବିଷୟରେ କୌଣସି ସୂଚନା ନାହିଁଯେ ସଲମାନଙ୍କ ଠାରୁ ମୋତେ ଅଧିକ ଟଙ୍କା ମିଳିଥିଲା । ମୁଁ କେବଳ ଏତିକି ଜାଣିଛି ଏହା ଏକ ସାନଦାର ଫିଲ୍ମ ଥିଲା ।
ମାଧୁରୀଙ୍କ କହିବା ଅନୁସାରେ ଅଭିନେତାଙ୍କ ଅପେକ୍ଷା ଆମ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । କଷ୍ଟ୍ୟୁମ ଓ ମେକଅପ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ଏହି ମଧ୍ୟରେ ଏକ ସ୍ଥାନ ତିଆରି କରିବା ସବୁଠାରୁ ଗୁରୁତ୍ୱ କଥା । ମୁଁ ମଧ୍ୟ ଏକ ସ୍ଥାନ ତିଆରି କରିବାକୁ ଚାହୁଁଥିଲି । ଏହା ମୋ ପାଇଁ ଏକ ଲଢେଇ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More