Only for Entertainment

କାର୍ତ୍ତିକ ସୁବରାଜଙ୍କ ଗ୍ୟାଙ୍ଗଷ୍ଟାର-ଥ୍ରିଲରରେ ନଜର ଆସିବେ ଧନୁଷ

India Today
33

ଅଭିନେତା ଏବଂ ଫିଲ୍ମ ନିର୍ମାତା ଧନୁଷ ନିର୍ଦ୍ଦେଶକ କାର୍ତ୍ତିକ ସୁବରାଜଙ୍କ ଆଗାମୀ ତାମିଲ ଗ୍ୟଙ୍ଗଲଷ୍ଟ-ଥ୍ରିଲର ଫିଲ୍ମରେ ନଜର ଆସିବେ । ଫିଲ୍ମର ସମ୍ପୂର୍ଣ୍ଣ ସୁଟିଂ ବ୍ରିଟେନରେ ହେବ ।

ଧନୁଷ ଶୁକ୍ରବାର ଫିଲ୍ମ ନର୍ମାତାଙ୍କ ଏକ ବୟାନକୁ ଟ୍ୱିଟ କରିଥିଲେ । ଏହି ଟ୍ୱିଟରେ କୁହାଯାଇଛି ଯେ, ‘ୱାଇଏନଓଟି ଷ୍ଟୁଡିଓ ଏବଂ ରିଲିୟାନ୍ସ ଏଣ୍ଟରଚଟେନମେଣ୍ଟ ବହୁମୁଖୀ ଅଭିନେତା ଧନୁଷ ଏବଂ ପ୍ରତିଭାଶାଳୀ ନିର୍ଦ୍ଦେଶକ କାର୍ତ୍ତିକ ସୁବରାଜଙ୍କ ସହିତ ନିଜକର ଆଗାମୀ ତାମିଲ ଫିଲ୍ମ କରିବାକୁ ଯାଉଛି ।’

ଫିଲ୍ମରେ ମହିଳା ଲିଡ ଭାବେ ଐଶ୍ୱର୍ଯ୍ୟା ଲକ୍ଷ୍ମୀଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ ଅଗଷ୍ଟରୁ ଆରମ୍ଭ ହେବ । ଅଭିନେତା ଧନୁଷ କହିଛନ୍ତି ନିର୍ଦ୍ଦେଶକ ସୁବରାଜଙ୍କ ସହିତ ଆଗାମୀ ପ୍ରେଜେକ୍ଟକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି ।

ଧନୁଷ କହିଛନ୍ତି, ‘ମୁଁ ଏହାକୁ ନେଇ ଖୁବ ଉତ୍ସାହିତ ଅଛି । ଫିଲ୍ମର ନିର୍ଦ୍ଦେଶକ କାର୍ତ୍ତିକ ସୁବରାଜ କରିବେ । ଏବଂ ୱାଇଏନଓଟି ଷ୍ଟୁଡିଓ ନିଜର ପ୍ରତିଭାଶାଳୀ କାଷ୍ଟଙ୍କ ସହିତ ଏହାକୁ ନର୍ମିତ କରିବେ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More