Only for Entertainment

ଆସିଲା ଢିଞ୍ଚକ ପୂଜାଙ୍କ ନୂଆ ଗୀତ, ୟୁଜର୍ସ କହିଲେ ଗାଇବା ଛାଡି ଦିଅ !

29

ୟୁଟ୍ୟୁବ ଏବଂ ବିଗବସ୍ ସିଜନ୍ -୧୧ର ପ୍ରତିଯୋଗୀ ଢିନ୍‌ଚାକ୍‌ ପୂଜାଙ୍କ “ସେଲ୍ଫି ମେନେ ଲେ-ଲି ଆଜ୍” ଗୀତଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଏହାପରେ ସେ ଇଣ୍ଟରନେଟ୍ ସେନସେସନ୍ ପାଲଟି ଯାଇଥିଲେ । ଏହାପରେ ସେ ପପୁଲାର୍ ରିୟାଲିଟି ଶୋ’ ବିଗବସ୍ ସିଜନ୍ -୧୧ ରେ ବି ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ଢିନ୍‌ଚାକ୍‌ ପୂଜା ଏହି ଶୋରେ ମଧ୍ୟ ଗୋଟିଏ ଗୀତ ପ୍ରସ୍ତୁତ କରିଥିଲେ ଯାହାକୁ ଟ୍ୱିଟରରେ ଖୁବ୍‌ ସେୟାର୍ କରାଯାଇଥିଲା ।

“ସେଲ୍ଫୀ ମେନେ ଲେ ଲୀ ଆଜ୍” ଏବଂ “ଦିଲୋଁ କା ସୁଟର” ପରେ ପୂଜାଙ୍କର ଆଉ ଏକ ଗୀତ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି। ଏହି ଗୀତର ନାଁ ରହିଛି ‘ନଚେ ଜବ୍ କୁଡି ଦିଲ୍ଲୀ ଦି’। ୨୦ ଜାନୁଆରୀ ଦିନ ଏହି ଗୀତକୁ ୟୁଟ୍ୟୁବ୍‌ରେ ସେୟାର୍ କରାଯାଇଥିଲା। ୩ମିନିଟର ଏହି ଗୀତ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିଲା। ପାଖାପାଖି ୨ଲକ୍ଷ ଲୋକ ଏହାକୁ ଦେଖିଥିଲେ। ଗୀତ ଶୁଣିବା ପରେ ଢିନ୍‌ଚାକ୍‌ ପୂଜାଙ୍କୁ ଗୀତ ନ ଗାଇବାକୁ ପରାମର୍ଶ ଦେଇଛନ୍ତି ଦର୍ଶକ।

ଗତବର୍ଷ ତାଙ୍କ ଗୀତକୁ ବିଗବସ୍‌ରେ ସଲମାନ୍ ଖାନ୍ ଏବଂ ଅକ୍ଷୟ କୁମାର ଖୁବ୍ ଥଟ୍ଟା କରିଥିବା ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More