Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଅରୁଆ ଚାଉଳ ଢୋକଲା

Youngisthan
0 86

ସାମଗ୍ରୀ-

ଅରୁଆ ଚାଉଳ- ୧ କପ
ଦହି- ୧ କପ
ତେଲ- ଆବଶ୍ୟକ ଅନୁସାରେ
ସୈନ୍ଧବ ଲୁଣ- ସ୍ୱାଦାନୁସାରେ
ସୋଢା- ୧/୪ ଚାମଚ
ଅଦା ପେଷ୍ଟ- ୧/୪ ଚାମଚ
ଚିନି- ସ୍ୱାଦ ଅନୁସାରେ
ଭୃସଙ୍ଗ ପତ୍ର- ୫-୭ଟି
କଂଚା ଲଙ୍କା- ୧/୨ ଚାମଚ
ଧନିଆ ପତ୍ର

ପ୍ରଣାଳୀ-

ପ୍ରଥମେ ଅରୁଆ ଚାଉଳକୁ ଦରଦରା ବାଟି ଦିଅନ୍ତୁ । ବର୍ତ୍ତମାନ ଏହି ଚାଉଳରେ ଦହି, ଏକ ଚାମଚ ତେଲ, ପକାଇ ଗାଢା ଘୋଳ ପ୍ରସ୍ତୁତ କରନ୍ତୁ । ଏହାପରେ ଲୁଣ ଓ ଚିନି ପକାଇ ଭଲଭାବେ ଗୋଳାଇ ଦେଇ ଅଧ ଘଣ୍ଟା ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ । ଏହାପରେ ଏହି ମିଶ୍ରଣରେ ଧନିଆ ପତ୍ର, ଅଦା ବଟା, କଂଚା ଲଙ୍କା ଏବଂ ସୋଢା ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏବେ ଏହି ମିଶ୍ରଣକୁ ଷ୍ଟିମରରେ ଢାଳି ୧୦-୧୫ ମିନିଟ ପର୍ଯ୍ୟନ୍ତ ବାମ୍ଫ ଦିଅନ୍ତୁ । ଏହା ଥଣ୍ଡା ହେବା ପରେ ଏଥିରେ ସୋରିଷ ଏବଂ ଭୃସଙ୍ଗ ପତ୍ର ଛୁଙ୍କ ଦିଅନ୍ତୁ । ଏହାକୁ ବର୍ଗାକାରରେ କାଟି ଖାଇବାର ମଜା ନିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More