Only for Entertainment

ବାହୁବଲୀ ଅବତାରରେ ଧୋନୀ, ଭିଡିଓ ଭାଇରାଲ !

upuklive
0 82

ଟିମ ଇଣ୍ଡିଆର ସବୁଠାରୁ ପ୍ରତିଷ୍ଠିତ ଖେଳାଳୀ ଏମ ଏସ ଧୋନି ଆଉ ଥରେ ପୁଣି ନିଜର ପୁରୁଣା ହେୟାର ଷ୍ଟାଇଲରେ ନଜର ଆସିବେ ।

ନିଜର ଖେଳ ପ୍ରଦର୍ଶନୀରେ ସମସ୍ତଙ୍କ ମୁହଁ ବନ୍ଦ କରୁଥିବା ଧୋନି ଏବେ ସତକୁ ସତ ବାହୁବଲୀ ହୋଇ ଆସୁଛନ୍ତି । ଏହା ସହ ଧୋନି ନିଜ ହାତରେ ବ୍ୟାଟରେ ଧରିଛନ୍ତି । ଏହି ବ୍ୟାଟକୁ ଧୋନି ନିଜର ହଥିଆର କହି ଭୋଜପୂରୀରେ କହିଛନ୍ତି –“ହମକା ଚାହି ବଦଲା,” । ଏହା ଏକ ଟିଭି ବିଜ୍ଞାପନ ଯାହା ଖୁବ ଶୀଘ୍ର ଟିଭି ମାଧ୍ୟମରେ ପ୍ରସାରିତ ହେବାକୁ ଯାଉଅଛି ।

ମାହି ଏହି ବିଜ୍ଞାପନରେ ପୁଣି ଥରେ ତାଙ୍କ ଲମ୍ବା କେଶରେ ନଜର ଆସିବେ । ୟୁଟ୍ୟୁବରେ ମହଜୁଦ ଥିବା ଏହି ଭିଡିଓରେ ଧୋନି ଏକ ଯୋଦ୍ଧାଙ୍କ ପୋଷାକ ପରିଧାନ କରି ଏଂଟ୍ରି କରିବେ । ସେ ପ୍ରବେଶ କରିବା କ୍ଷଣି ଲଗାପ ଫିଲ୍ମ ଭଳି ଷ୍ଟାଇଲରେ ଡାଏଲଗ କହିବେ, ‘ଆଜ ହମ ଉନକେ ଛକ୍କେ ଛୁଡା ଦେଙ୍ଗେ ଔର ହମକା ଚାହି ବଦଲା ।’

ଏହି ବିଜ୍ଞାପନ ପ୍ରୋଟିନ ବାର ‘ସ୍ନିକର’ର ଅଟେ , ଏବଂ ଏହା ଏବେ ପର୍ଯ୍ୟନ୍ତ ଟିଭି ପରଦାକୁ ଆସିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More