Only for Entertainment

ରିଲିଜ ହେଲା ‘ଜବରିଆ ଯୋଡି’ର ତୃତୀୟ ଗୀତ ‘ଢୁଣ୍ଡେ ଅଖିୟାଁ’, ସିଦ୍ଧାର୍ଥ-ପରିଣୀତିଙ୍କ ମଧ୍ୟ ଦେଖିବାକୁ ଗଲା ରୋମାଣ୍ଟିକ କେମେଷ୍ଟ୍ରୀ

you tube
26

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଆଗାମୀ ଫିଲ୍ମ ‘ଜବରିଆ ଯୋଡି’ର ତୃତୀୟ ଗୀତ ‘ଢୁଣ୍ଡେ ଅଖିୟାଁ’ କିଛି ସମୟ ପୂର୍ବରୁ ରିଲିଜ ହୋଇଛି । ଫିଲ୍ମରେ ସିଦ୍ଧାର୍ଥ ଏବଂ ପରିଣୀତିଙ୍କ ମଧ୍ୟରେ ରୋମାଣ୍ଟିକ କେମେଷ୍ଟ୍ରୀ ସହିତ ଇମୋସନ ମଧ୍ୟ ଦେଖିବାକୁ ମିଳିଛି । ଏହି ଗୀତରେ ନିଜର ଆକର୍ଷଣୀୟ ଭଏସ ଦେଇଛନ୍ତି ୟାଶୀର ଦେସାଇ ଏବଂ ଅଲଟାମସ । ଗୀତକୁ କମ୍ପାଜ କରିଛନ୍ତି ତନିଷ୍କ ବାଗଚୀ । ଏହା ପୂର୍ବରୁ ଫିଲ୍ମର ଦୁଇଟି ଗୀତ ଏବଂ ଟ୍ରେଲର ରିଲିଜ ହୋଇଥିଲା ଏହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

ଫିଲ୍ମର କାହାଣୀ କଥା ଯଦି ଆଲୋଚନା କରିବା ତେବେ ଏହା ବିହାରରେ ହେଉଥିବା ପକଡ଼ୱା ବିବାହ ବା ଜବରଦସ୍ତ ଉଠାଇ ନେଇ କରାଯାଉଥିବା ବିବାହ ଉପରେ ପର୍ଯ୍ୟବେଷିତ ଏକ କାହାଣୀ ।

ଫିଲ୍ମରେ ପରିଣୀତି ଏବଂ ସିଦ୍ଧାର୍ଥଙ୍କ ବ୍ୟତୀତ ସଂଜୟ ମିଶ୍ରା, ଅପାରଶକ୍ତି ଖୁରାନା, ଜାଭେଦ ଜାଫରୀ ଏବଂ ନିଜର ସୁଦ ଆଦି ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ପ୍ରଶାନ୍ତି ସିଂ । ଫିଲ୍ମ ଅଗଷ୍ଟ ୨ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More