Only for Entertainment

‘ଧୂମ୍‌-୪’ରେ ସଲମାନଙ୍କ ସହ ରଣବୀର!

dailyhunt
0 45

ୟଶରାଜ୍‌ ଫିଲ୍ମସର ସବୁଠାରୁ ବଡ ବ୍ଲକବଷ୍ଟର ରିରିଜ୍‌ ଫିଲ୍ମ ହେଉଛି ‘ଧୂମ୍‌’। ଇତି ମଧ୍ୟରେ ଏହି ସିରିଜର ତିନିଟି ସିନେମା ରିଲିଜ୍‌ ହୋଇସାରିଛି। ଏଗୁଡ଼ିକ ହେଲା ‘ଧୂମ୍‌’,’ଧୂମ୍‌-ଟୁ’ ଓ ‘ଧୂମ୍‌-ଥ୍ରି’।

ଏବେ ଖବର ମିଳିଛି ଯେ,ଏହାର ପରବର୍ତ୍ତୀ ସିକ୍ୱେଲ୍‌ ବି ଖୁବ୍‌ ଶୀଘ୍ର ଫ୍ଲୋର୍‌କୁ ଯିବ । ପ୍ରାପ୍ତ ସୂଚନା ଅନୁଯାୟୀ ନିର୍ମାତା ଆଦିତ୍ୟ ଚୋପ୍ରା ‘ଧୂମ୍‌-ଫୋର୍‌’ରେ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ନେଉଛନ୍ତି। ଆଗରୁ ଏହି ସିରିଜରେ ଜନ୍‌ ଆବ୍ରାହମ୍‌, ରିତିକ ରୋଶନ୍‌ ଓ ଅମୀର ଖାନ୍‌ ଧୂମ୍‌ ମଚେଇଛନ୍ତି।

 

ଏବେ ସଲମାନଙ୍କୁ ନେଇ ‘ଧୂମ୍‌-ଫୋର୍‌’କୁ ଆହୁରି ଆଗକୁ ନେବା ପାଇଁ ଚାହୁଁଛନ୍ତି ନିର୍ମାତା। କୁହାଯାଉଛି ଯେ,ଇତିମଧ୍ୟରେ ଏହି ସିନେମାର ସଲମାନ୍‌ ଖାନ୍‌ଙ୍କ ଲୁକ୍‌ ବି ପ୍ରସ୍ତୁତ ହୋଇସାରିଛି। କେବଳ ଔପଚାରିକ ଘୋଷଣା ବାକି ଅଛି।

ଆହୁରି ଏକ ଚମକପ୍ରଦ ଖବର ଯେ,ଏହି ସିନେମାରେ ଅଭିଷେକ ବଚ୍ଚନ ଅଭିନୟ କରିବେ ନାହିଁ। ଏଥିରେ ଅଭିଷେକଙ୍କ ସ୍ଥାନରେ ରଣବୀର ସିଂହଙ୍କୁ ନିଆଯିବ। ଯଦି ଏଭଳି ହୁଏ, ତେବେ ପ୍ରଥମଥର ଲାଗି ସଲମାନ୍‌ ଓ ରଣବୀର ଏକାଠି ସ୍କ୍ରିନ୍‌ ସେଆର୍‌ କରିବେ।

ଆଚାର୍ଯ୍ୟ।ଏହାର ସୁଟିଂ ଆଗାମୀ ବର୍ଷ ଆରମ୍ଭ ହେବ ବୋଲି ଜଣାଯାଇଛି। ଏହାର ଅଧିକାଂଶ ସୁଟିଂ ଦୁବାଇରେ କରାଯିବାର ଯୋଜନା ଚାଲିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More