Only for Entertainment

ରିଲିଜ୍ ହେଲା ଧ୍ୱନି ଭାନୁଶାଳୀଙ୍କ ରୋମାଂଟିକ୍ ଗୀତ ‘ମେଁ ତେରି ହୁଁ’ ।

39

ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ଲୈଜା ଲୈଜା’ର ବିପୁଳ ସଫଳତା ପରେ କଣ୍ଠଶିଳ୍ପୀ ଧ୍ୱନୀ ଭାନୁଶାଳୀ ଭେଟି ଦେଇଛନ୍ତି ଆଉ ଏକ ମନଛୁଆଁ ଗୀତ । ଏହି ଗୀତର ଟାଇଟଲ୍ ରହିଛି ମେଁ ତେରି ହୁଁ । ଗୀତଟି ୟୁଟୁବରେ ରିଲିଜ୍ ହୋଇଥିବାବେଳେ, କଣ୍ଠଶିଳ୍ପୀ ଧ୍ୱନିଙ୍କୁ ନେଇ ଏବେ ଚାରିଆଡେ ଜୋର୍ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି ।

ରିଲିଜ୍ ହେଲା ଧ୍ୱନି ଭାନୁଶାଳୀଙ୍କ ରୋମାଂଟିକ୍ ଗୀତ ‘ମେଁ ତେରି ହୁଁ’ । ଗୀତରେ କଣ୍ଠଦାନ କରିବା ସହ ଏହି ଗୀତ ଦୃଶ୍ୟାୟନରରେ ନଜର ଆସିଛନ୍ତି ଧ୍ୱନି । ଗୀତରେ ସ୍ଥାନ ପାଇଛି ଜଣେ ଷ୍ଟ୍ରଗଲ୍ କରୁଥିବା ସିଙ୍ଗର୍ର କାହାଣୀ । ଯିଏ କି ସୋସିଆଲ୍ ମିଡିଆରେ ନିଜ ଗୀତ ଜରିଆରେ ହୁଏ ପପୁଲାର୍ । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହି ଆକର୍ଷଣୀୟ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସଚିନ୍ – ଜିଗର୍ ।

ଗୀତିକାର ପ୍ରିୟା ସରୈୟା, ଏହି ଗୀତରେ ଲିରିକ୍ସର ଭାର ତୁଲାଇଛନ୍ତି । ଏହି ଜବରଦସ୍ତ ଗୀତର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରାଧିକା ରାଓ ଓ ବିନୟ ସାପ୍ରୁ । ଏହି ମ୍ୟୁଜିକ୍ ଭିଡିଓରେ ଧ୍ୱନିଙ୍କ ଡ୍ୟାନ୍ସ କମାଲ୍ ବି ଦେଖିବାକୁ ମିଳିଛି । ଗୀତରେ କୋରିଓଗ୍ରାଫି କରିଛନ୍ତି ଫିରୋଜ୍ ଖାନ୍ । ସ୍ରୋତା ଏହି ଗୀତକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More