Only for Entertainment

ରିଲିଜ ହେଲା ଦିଆ ମିର୍ଜାଙ୍କ ୱ୍ୱେବସିରିଜ ‘କାଫିର’ର ଟ୍ରେଲର, ଦେଖନ୍ତୁ

Latestly
26

ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଏବେ ଖୁବ ଚର୍ଚ୍ଚାରେ । ନିଜର ଦମଦାର ଅଭିନୟ ସହିତ ହଟ ଲୁକ ପାଇଁ ସେ ଖୁବ ପରିଚିତ । ଏବେ ବଲିଉଡ ଷ୍ଟାର୍ସଙ୍କ ଉପରେ ଡିଜିଟାଲ ପ୍ଲାଟଫର୍ମର ଯାଦୁ ଛାଇ ରହିଛି । ଅନେକ କଳାକାରଙ୍କ ପରି ଡିଜିଟାଲ ୱାର୍ଲ୍ଡରେ ଦିୟା ମିର୍ଜା ଜବରଦସ୍ତ ଡେବ୍ୟୁ କରିଛନ୍ତି । କାଶ୍ମୀର ପୃଷ୍ଠଭୂମି ଉପରେ ଆଧାରିତ ଦିଆଙ୍କ ୱେବ ସିରିଜ ‘କାଫିର’ ଟ୍ରେଲର ଲଂଚ ହୋଇସାରିଛି । ଏଥିରେ ଦିୟା ମିର୍ଜାଙ୍କ ସହିତ ମୋହିତ ରୈନାଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିଛି ।

ଟ୍ରେଲର ଆରମ୍ଭରୁ ଏକ ଛୋଟ ଝିଅ ରାଷ୍ଟ୍ର ଗୀତ ଗାଉଥିବା ଦେଖାଯାଇଛି । ତେବେ ଏହି ଛୋଟ ଝିଅଟି ପ୍ରଥମେ ଭାରତର ରାଷ୍ଟ୍ର ଗୀତ ଗାଉଛି ଏହାର କିଛି ସମୟ ପରେ ପାକିସ୍ତାନର ଗୀତ ଯାଉଛି । ଏଭଳି ଦେଖିବାକୁ ମିଳିଛି ଏହି ଟ୍ରେଲରରେ । ଟ୍ରେଲର ରିଲିଜ ହେବା ପରେ ଇଂଟରନେଟରେ ଏବେ ଧମାଲ କରିଛି । ଟ୍ରେଲର ଦେଖିଲେ ଦିୟାଙ୍କ ଜବରଦସ୍ତ ଅଭିନୟ ସ୍ପଷ୍ଟ ଜଣା ପଡୁଛି ।

ଦେଶଭକ୍ତିରେ ଭରପୁର ଏହି ୱେବ ସିରିଜର ଟ୍ରେଲର ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି । ୱେବ ସିରିଜର କାହାଣୀ ଦେଖିବାକୁ ଗଲେ ଭାରତ ପାକିସ୍ତାନ ସୀମାରେ ଜଣେ ଯୁବ ପାକିସ୍ତାନୀର ଯାତ୍ରା ବିଷୟରେ ରହିଛି । ଯିଏକି ପରିସ୍ଥିତିରେ ପଡି ଭାରତ ଆସୁଛି ଏବଂ ଏଠାରେ ଫସି ଯାଉଛି କିନ୍ତୁ ସେଠାରୁ ଫେରିବାକୁ ସେ ଅସମର୍ଥ ହୋଇ ଯାଉଛି । ଯାହାର ପରବର୍ତୀ ମୁହୂର୍ତରେ ତାଙ୍କୁ ଉଗ୍ରବାଦୀର ନାମ ଦିଆଯାଉଛି । ଏବଂ ତାକୁ ମୁକୁଳେଇବାକୁ ଯାଇ ତାଙ୍କର ଓକିଲ ଚେଷ୍ଟା କରୁଛି । ଏହାକୁ ହିମାଚଳ ପ୍ରଦେଶ ଏବଂ ମୁମ୍ବାଇରେ ସୁଟିଂ କରାଯାଇଛି । ସୋନମ ନାୟାରଙ୍କ ନିର୍ଦ୍ଦେଶିନାରେ ନିର୍ମିତ ୱେବ ସିରିଜ ‘କାଫିର’ ଜୁନ ୧୫ରେ ଓଟିଟି ପ୍ଲାଟଫର୍ମରେ ଜି ୫ରେ ପ୍ରସାରଣ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More