Only for Entertainment

ରିଲିଜ ହେଲା ‘କବିର ସିଂ’ର ଡାଇଲଗ ପ୍ରମୋ, ୨୧ ଜୁନରେ ରିଲିଜ ହେବ ଫିଲ୍ମ

Hitmoviedialogues
47

ଆଗାମୀ ବଲିଉଡ୍ ଚଳଚ୍ଚିତ୍ର କବିର୍ ସିଂର ଏକ ଡାଏଲଗ୍ ପ୍ରୋମୋ ରିଲିଜ୍ ହୋଇଛି । ସିନେମାଟି ସୁପରହିଟ୍ ତେଲୁଗୁ ଫିଲ୍ମ ଅର୍ଜୁନ୍ ରେଡ୍ଡିର ହିନ୍ଦୀ ରିମେକ୍ । ଆଉ ଏହି ସିନେମାରେ ଅଭିନେତା ସାହିଦ୍ କପୁର ଓ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ସିନେମାରେ କବିର୍ ସିଂ ନାମକ ନଶେଡି ଡାକ୍ତର୍ ଚରିତ୍ରରେ ନଜର ଆସିବେ ସାହିଦ୍ । ସେହିପରି କିଆରାଙ୍କ ଚରିତ୍ରର ନାମ ପ୍ରିତି ରହିଛି ଏହି ସିନେମାରେ । ୨୧ ଜୁନରେ ଏହି ସିନେମାଟି ଆସିବ ପରଦାକୁ ।

ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଏହି ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ଫିଲ୍ମର ରିଲିଜକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଅରିଜିନାଲ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More