Only for Entertainment

ଦିବ୍ୟା ଭାରତୀଙ୍କ ମା’ଙ୍କ ନିଧନ ।

aajtak
0 49

ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ମା ଭାରତୀଙ୍କର ଗତ ଶୁକ୍ରବାର ଦିନ ପରଲୋକ ହୋଇଛି । ତାଙ୍କର କିଡନୀ ସମ୍ବଦ୍ଧୀୟ ସମସ୍ୟା ଥିଲା । ତେଣୁ କିଛିଦିନ ହେବ ସେ ରୋଗାଗ୍ରସ୍ତ ଥିଲେ ।

ଅଭିନେତ୍ରୀ କାଏନାର ଅରୋରା ଏବଂ ଦିବ୍ୟାଙ୍କ ସଂପର୍କୀୟଙ୍କ କହିବା ଅନୁସାରେ ଦିବ୍ୟାଙ୍କ ମୃତ୍ୟୁ ଦୁଃଖରୁ ସେ ବାହାରି ପାରୁନଥିଲେ । ସେ ଦିବ୍ୟାଙ୍କୁ ଖୁବ ଭଲ ପାଉଥିଲେ ଏବଂ ସର୍ବଦା ତାଙ୍କୁ ମନେ ପକାଉଥିଲେ ।

ଦିବ୍ୟା ଫିଲ୍ମ ନିର୍ମାତା ସାଜିଦ ନାଡିୟାଡ଼ବାଲାଙ୍କୁ ବିବାହ କରିଥିଲେ । ବିଦ୍ୟାଙ୍କ ମୃତ୍ୟୁ ପରେ ସେ ତାଙ୍କ ପରିବାରର ଖୁବ ଯତ୍ନ ନେଇଛନ୍ତି । ନିକଟରେ ସେ ଦିବ୍ୟାଙ୍କ ବାପାଙ୍କ ୮୦ତମ ଜନ୍ମଦିନ ପାଳନ କରିଛନ୍ତି । ତେବେ ଦିବ୍ୟା ଓ ସାଜିଦଙ୍କ ସାକ୍ଷାତ ଫିଲ୍ମ ‘ସୋଲା ଔର ସବନମ’ରେ ହୋଇଥିଲା । ୧୯ ବର୍ଷ ବୟସରେ ଦିବ୍ୟା ତାଙ୍କ ଘର ବାଲକୋନିରୁ ପଡ଼ି ମୃତ୍ୟୁ ବରଣ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More