Only for Entertainment

କାର୍ତ୍ତିକଙ୍କ ପାଇଁ ସାରାଙ୍କ ସହ ବ୍ରେକଅପ କଲେ ଅଭିନେତା ସୁଶାନ୍ତ ସିଂ ରାଜପୂତ !

41

ବ୍ୟାକ୍ ଟୁ ବ୍ୟାକ୍ ୨ଟି ହିଟ୍ ଫିଲ୍ମ ଦେବା ପରେ ଅଭିନେତ୍ରୀ ସାରା ଅଲ୍ଲି ଖାନଙ୍କ ଚାହିଦା ବଲିଉଡରେ ଢେର୍ ବଢି ଯାଇଛି । ଆଉ ସେ ନେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି ଏହି ସୁନ୍ଦରୀ । ଯେତିକି ନିଜ ଆକ୍ଟିଂକୁ ନେଇ ଖବରରେ ରହୁଛନ୍ତି, ସେତିକି ନିଜ ପର୍ସନାଲ୍ ଲାଇଫ୍କୁ ନେଇ ଚର୍ଚ୍ଚା ସାଉଁଟୁଛନ୍ତି ସାରା । ତେବେ ସାରା ଏବେ ନିଜ ଡ୍ରିମ୍ ହିରୋ କାର୍ତିକ୍ ଆର‌୍ୟନଙ୍କ ସହ ଲଭ୍ ଆଜ୍ କଲ୍ – ଟୁ ର ସୁଟିଂରେ ଅଛନ୍ତି ବ୍ୟସ୍ତ । ସୁଟିଂ ସେଟରେ ଦୁହିଁଙ୍କ ଭିତରେ ବଢୁଥିବା ଘନିଷ୍ଠତାକୁ ଦେଖି ତାଙ୍କ ସହ ବ୍ରେକ୍ ଅପ୍ କରିଛନ୍ତି ସାରାଙ୍କ ର‌୍ୟୁମର୍ଡ ବୟଫ୍ରେଣ୍ଡ ସୁଶାନ୍ତ ସିଂ ରାଜପୁତ ।

ଦିନେ ସାରାଙ୍କୁ ସବୁବେଳେ ଫଲୋ କରୁଥିବା ସୁଶାନ୍ତ ତାଙ୍କୁ ସୋଲିଆଲ୍ ମିଡିଆରେ କରିଛନ୍ତି ଅନଫଲୋ । ସାରାଙ୍କୁ ପ୍ରତିଦିନ ଜିମ୍ ଛାଡିବାକୁ ଯାଉଥିବା ସୁଶାନ୍ତ, ତାଙ୍କ ସହ କରିଛନ୍ତି ବ୍ରେକ୍ ଅପ୍ । ଆଉ ଏହା ପଛରେ ଅଭିନେତା କାର୍ତିକ୍ ଆର‌୍ୟନ୍ ଥିବା ଖବର ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More