Only for Entertainment

ଏକା ସହିତ ଦୁଇଟି ଫିଲ୍ମରେ ବଲିଉଡ ଡେବ୍ୟୁ କରିବେ ଅଭିନେତ୍ରୀ ଦିଗାଁଗନା ସୂର୍ଯ୍ୟବଂଶୀ ।

in.com
73

ଛୋଟ ପରଦାରେ ନିଜର କମାଲ ଦେଖାଇବା ପରେ ବଡ଼ ପରଦାରେ ନିଜ ଅଭିନୟର ଯାଦୁ ଦେଖାଇବାକୁ ପ୍ରସ୍ତୁତ ଅଭିନେତ୍ରୀ ଦିଗାଁଗନା ସୂର୍ଯ୍ୟବଂଶୀ । ମାତ୍ର ୧୬ ବର୍ଷ ବୟସରୁ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ ଦିଗାଁଗନା । ଏହାପରେ ତାଙ୍କୁ ସୁପରଷ୍ଟାର ସଲମାନ ଖାନଙ୍କ ଶୋ’ ବିଗବସରେ ମଧ୍ୟ୍ୟ ଦେଖିବାକୁ ମିଳିଥିଲା ।

Digangana-Suryavanshi

ତେବେ ତାଙ୍କ ଅଭିନୀତ ଉଭୟ ଫିଲ୍ମ ‘ଫ୍ରାଏ ଡେ’ ଏବଂ ‘ଜଲେବି’ ଗୋଟିଏ ଦିନରେ ରିଲିଜ ହେବାକୁ ଯାଉଥିବାରୁ ଏ ନେଇ ସେ ଉତ୍ସାହିତ ଥିବା କହିଛନ୍ତି । ଏକା ସାଙ୍ଗରେ ତାଙ୍କୁ ଦୁଇଟି ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମ ‘ଫ୍ରାଏ ଡେ’ ରେ ଅଭିନେତା ଗୋବିନ୍ଦା ଓ ବରୁଣ ଶର୍ମାଙ୍କ ସହ ନଜର ଆସିବେ ଦିଗାଁଗନା । ଫିଲ୍ମଟିକୁ ଅଭିଷେକ ଦୋଗ୍ରା ନିର୍ଦ୍ଦେଶନା ଦେଇଥିବାବେଳେ ଅକ୍ଟୋବର ୧୨ରେ ଫିଲ୍ମ ରିଲିଜ୍ ହେବାକୁ ଯାଉଛି ।

digangana suryavanshi

ସେହିପରି ଫିଲ୍ମ ‘ଜଲେବି’ରେ ତାଙ୍କୁ ବରୁଣ ମିତ୍ରଙ୍କ ସହ ଦେଖିବାକୁ ମିଳିବ । ଏଥିରେ ବରୁଣ ତାଙ୍କୁ ଦ୍ୱିତୀୟ ବିବାହ କରିଥିବା କଥା ଜଣା ପଡିଛି । ତେବେ ଉଭୟ ଫିଲ୍ମର ସଫଳତାକୁ ନେଇ ସେ ଖୁବ ଆଶବାଦୀଥିବା କହିଛନ୍ତି ଦିଗାଁଗନା । ଏହାପରେ ସେ ପୁଣିଥରେ ପହଲାଜ ନିହାଲନିଙ୍କ ନିର୍ଦ୍ଦେଶନାରେ ଗୋବିନ୍ଦାଙ୍କ ବିପକ୍ଷରେ ଫିଲ୍ମ ‘ରଙ୍ଗିଲା ରାଜା’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More