Only for Entertainment

ଅପକମିଂ ଫିଲ୍ମ ‘ପ୍ରସ୍ଥାନମ’ର ଆଇଟମ ସଙ୍ଗ ‘ଦିଲ ବେୱଡା’ ରିଲିଜ !

36

ଆଇଟମ ମଇଦାନରେ ନୂଆ ଚେହେରା । ବଡ ପରଦାର ନୂଆ ଆଇଟମ ଗର୍ଲ ହୋଇଛନ୍ତି ଛୋଟପରଦା ଅଭିନେତ୍ରୀ ଇଶିତା ରାଜ ଶର୍ମା । ଏବେ ଅପକମିଂ ଫିଲ୍ମ ପ୍ରସ୍ଥାନମର ଆଇଟମ ସଙ୍ଗ ରିଲିଜ ହୋଇଛି । ଗୀତର ଟାଇଟଲ ରହିଛି ଦିଲ ବେୱଡା  ଓ ଏଥିରେ କଣ୍ଠଦାନ କରିଛନ୍ତି ମୀକା ସିଂ ।

ମୀକାଙ୍କ ସ୍ୱର,ଇସିତାଙ୍କ ଅଭିନୟରେ ପ୍ରସ୍ତୁତ ଏହି ଆଇଟମ ନମ୍ବରକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଛନ୍ତି । ପଲଟିକାଲ ବ୍ୟାକଗ୍ରାଊଣ୍ଡକୁ ନେଇ ପ୍ରସ୍ତୁତ ହୋଇଛି ପ୍ର୍ରସ୍ତାନମ୍ । ରାଜନୀତିକୁ ନେଇ କିପରି ଏକ ପରିବାର ହୋଇଯାଏ ବରବାଦ୍ ତାହାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଲ ହୋଇଛି । ବାପା ଆଗରେ ନିଜକୁ ଶ୍ରେଷ୍ଠ ଭାବେ ପରିଚିତ କରିବା ପାଇଁ ଦୁଇ ଭାଇ ହୋଇ ଯାଆନ୍ତି ପରସ୍ପରର ଶତ୍ରୁ ।

ସିନେମାରେ ସଂଜୟ ଦତ, ବାପା ଭୂମିକାରେ ଅଭିନୟ କରିଥିବାବେଳେ, ଏଥିରେ ତାଙ୍କ ଦୁଇ ପୁଅ ଭାବେ ଅଲ୍ଲି ଫଜଲ୍ ଓ ସତ୍ୟଜୀତ ଦୁବେଙ୍କୁ ଦେଖିବାକୁ ମିଳିବ । ଏମାନଙ୍କ ବ୍ୟତୀତ ମନିଷା କ୍ୱେରେଲା, ଜ୍ୟାକି ଶ୍ରଫ୍, ଚଙ୍କି ପାଣ୍ଡେ, ଅମୈରା ଦସ୍ତୁର୍ ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ ଏହି ସିନେମାରେ । ସଂଜୟ ଦତ ଓ ମାନ୍ୟତା ଦତଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଦେବ୍ କଟ୍ଟା । ୨୦ ସେପ୍ଟେମ୍ବରରେ ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More