ଫିଲ୍ମ ‘ପ୍ରସ୍ଥାନମ’ର ଦିଲ ଦରିୟା’ ଗୀତ ରିଲିଜ, ନଜର ଆସିଲା ବିୟୁଟିଫୁଲଫିଲ୍ମ ‘ପ୍ରସ୍ଥାନମ’ର ଦିଲ ଦରିୟା’ ଗୀତ ରିଲିଜ, ନଜର ଆସିଲା ବିୟୁଟିଫୁଲ କେମେଷ୍ଟ୍ରି
ସଂଜୟ ଦତ୍ତଙ୍କ ଫିଲ୍ମ ‘ପ୍ରସ୍ଥାନମ’ ୨୦ ସେପ୍ଟେମ୍ବରକୁ ରିଲିଜ ହେବାକୁ ଯାଉଛି । ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ମଙ୍ଗଳବାରକୁ ଦ୍ୱିତୀୟ ଗୀତ ‘ଦିଲଦରିୟାଁ’ ରିଲିଜ ହୋଇଛି । ଏହି ଗୀତ ଅଲ୍ଲି ଫଜଲ ଏବଂ ଅମୟରା ଦସ୍ତୁରଙ୍କ ଉପରେ ନିର୍ମିତ ହୋଇଛି ।
ପ୍ରସ୍ଥାନମ ଫିଲ୍ମର ଦିଲଦରିୟା ଗୀତକୁ ଗାଇଛନ୍ତି ଅଙ୍କିତ ତିୱାରୀ ଏବଂ ଦୀପାଲି ସେଠ୍ । ଗୀତକୁ ଲେଖିଛନ୍ତି ଅନୁରାଗ ମୁମିୟା । ଫିଲ୍ମରେ ଗାଦିକୁ ନେଇ ସଂଘର୍ଷ ଏବଂ ପ୍ରେମ କାହାଣୀ ଦେଖିବାକୁ ମିଳିଛି । ଗୀତକୁ ୟୁଟ୍ୟୁବରେ ପ୍ରାୟ ୧ ଲକ୍ଷ ଲୋକ ଦେଖି ସାରିଛନ୍ତି । ଫିଲ୍ମରେ ମନୀଷା କୋଇରାଲା,ଚଙ୍କି ପାଣ୍ଡେ ଏବଂ ଜ୍ୟାକି ସ୍ରଫ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।