Only for Entertainment

ରିଲିଜ ହେଲା ଫିଲ୍ମ ‘ପତି ପତ୍ନୀ ଔର ୱ’ର ଇମୋସନାଲ ଗୀତ ‘ଦୀଲବରା’, ଦେଖନ୍ତୁ ଭିଡିଓ

DNA India
74

ଆଗାମୀ ବଲିଉଡ ରୋମାଂଟିକ୍-କମେଡି ଫିଲ୍ମ ‘ପତି ପତ୍ନୀ ଔର ୱ’ର ଇମୋସନାଲ ଗୀତ ‘ଦୀଲବରା’ ମୁକ୍ତିଲାଭ କରିଛି । କାର୍ତିକ – ଭୂମି ଓ ଅନନ୍ୟାଙ୍କ ତ୍ରୀକୋଣୀୟ ପ୍ରେମ କାହାଣୀକୁ ନେଇ ସିନେମାଟି ଗତିଶୀଳ ହୋଇଛି । ଆଉ ଗୀତରେ ସ୍ଥାନ ପାଇଛି ଏହି ତ୍ରୀକୋଣୀୟ ପ୍ରେମ ସମ୍ପର୍କର କିଛି ଖଟ୍ଟା ମିଠା ଦୃଶ୍ୟ । ଚିଂଟୁ ତ୍ୟାଗି, ତପସ୍ୟା ଓ ବୈଦିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ । ପରିବାର ଇଚ୍ଛା ଅନୁସାରେ ତପସ୍ୟାଙ୍କ ସହ ବିବାହ କରନ୍ତି ଚିଂଟୁ ଓ ପରେ ଅଫିସରେ ବୈଦିକାଙ୍କ ପ୍ରେମରେ ପଡିଯାଆନ୍ତି । ଏହି ତିନିଜଣ କଳାକାରଙ୍କ ଧୁମ-ଧମାଲ ଡ୍ୟାନ୍ସ ଏହି ଗୀତକୁ କରିଛି ଆକର୍ଷଣୀୟ ।

ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସାଚେତ-ପରମ୍ପରା । କେବଳ ସେତିକି ନୁହେଁ ଏଥିରେ କଣ୍ଠଦାନ କରିଛନ୍ତି ସାଚେତ ଟଣ୍ଡନ ଓ ପରମ୍ପରା ଠାକୁର । ୧୯୭୮ରେ ରିଲିଜ ବଲିଉଡ ଫିଲ୍ମ ପତି ପତ୍ନୀ ଔର ୱର ରିମେକ ହେଉଛି ଏହି ସିନେମାଟି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ମୁଦସର ଅଜିଜ୍ । ଡିସେମ୍ବର ୬ରେ ରିଲିଜ ହେବ ଏହି ସିନେମାଟି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More