Only for Entertainment

ଦିନେ ଆର୍ମି କ୍ଲବରେ ସ୍ୟାଣ୍ଡୱିଚ ବିକ୍ରି କରୁଥିଲେ, କିନ୍ତୁ ହୋଇଗଲେ ବଲିଉଡର ଟ୍ରାଜେଡ଼ି କିଙ୍ଗ୍ ।

77

ବଲିଉଡର ଟ୍ରାଜେଡି କିଙ୍ଗ ନାମରେ ଜଣାଶୁଣା ଦିଲ୍ଲୀପ କୁମାର ଜଣେ ପ୍ରସିଦ୍ଧ ଆକ୍ଟର ଭାବରେ ବେଶ୍ ଜଣାଶୁଣା । ବଲିଉଡର ମହାନାୟକ ଅମିତାଭ ବଚ୍ଚନ, ବଲିଉଡର ବାଦଶାହ ଶାହାରୁଖ ଖାନଙ୍କ ସମେତ ଏଭଳି କେତେକ ସେଲିବ୍ରେଟୀ ଅଛନ୍ତି ଯେଉଁମାନେ ଦିଲ୍ଲୀପଙ୍କୁ ଏକ ୟୁନିଭର୍ସିଟିରୁ କିଛି କମ ଭାବନ୍ତି ନାହିଁ । ସେ ପାଂଚ ଦଶକ ପର୍ଯ୍ୟନ୍ତ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ।

ଦିଲ୍ଲୀପ କୁମାରଙ୍କୁ ‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନିତ କରା ସରିଛି । ଏହା ବ୍ୟତୀତ ତାଙ୍କୁ ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ନିଶାନ ଏ ଇମ୍ତିୟାଜ’ରେ ମଧ୍ୟ ସମ୍ମାନିତ କରା ସରିିଛି । ଅଭିନୟ କ୍ଷେତ୍ରରେ ପାକିସ୍ତାନରୁ ଏତେ ବଡ଼ ସମ୍ମାନ କାହାକୁ ମଧ୍ୟ ମିଳିନାହିଁ ।

ଦିଲ୍ଲୀପ କୁମାରଙ୍କ ପ୍ରକୃତ ନାମ ମୁହମ୍ମଦ ୟୁସୁଫ ଖାନ୍ । ସେ ପେଶାୱରରେ ଜନ୍ମ ହୋଇଥିଲେ । ତାଙ୍କ ବାପା ଫଳ ବିକ୍ରି କରୁଥିଲେ ଏବଂ କିଛି ଘର ଭଡ଼ା ଦେଇ ସେହି ଟଙ୍କାରେ ଘର ଚଳାଉଥିଲେ । ଦିଲ୍ଲୀପ ନାଶିକ ନିକଟରେ ଏକ ସ୍କୁଲରେ ପାଠ ପଢୁଥିଲେ । ୧୯୩୦ରେ ତାଙ୍କ ପରିବାର ମୁମ୍ବାଇରେ ଯାଇ ରହିବାକୁ ଲାଗିଲେ । ୧୯୪୦ ତାଙ୍କ ବାପାଙ୍କ ସହିତ କୌଣସି କାରଣରୁ ମନମାଳିନ୍ୟ ହୋଇ ଯିବାରୁ ସେ ପୁଣେ ଚାଲିଗଲେ । ସେଠାରେ ତାଙ୍କର ସାକ୍ଷାତ ଜଣେ କ୍ୟାଂଟିନ ମାଲିକଙ୍କ ସହିତ ହେଲା । ଯାହାଙ୍କ ସହାୟତାରେ ସେ ଆର୍ମି କ୍ଲବରେ ସ୍ୟାଣ୍ଡୱିଚ ବିକ୍ରି କଲେ । ଏହାପରେ ସେ ପୁଣିଥରେ ମୁମ୍ବାଇ ଫେରି ଆସିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More