Only for Entertainment

ଦିଲଜୀତ ଦୋସାଂଝା-କୃତି ସେନନଙ୍କ ଫିଲ୍ମ ‘ଅର୍ଜୁନ ପଟିଆଲା’ର ରିଲିଜ ଡେଟରେ ପରିବର୍ତ୍ତନ, ଏବେ ଏହି ଦିନ ହେବ ରିଲିଜ

asianstylemagazine
36

ଦିଲଜୀତ ଦୋସାଂଝା ଏବଂ କୃତି ସେନନଙ୍କ ଫିଲ୍ମ ‘ଅର୍ଜୁନ ପଟିଆଲା’କୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଏହି ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସଙ୍କୁ ଆହୁରି ଅପେକ୍ଷା କରିବାକୁ ପଡିବ । ଆଜ୍ଞା ହଁ, ଫିଲ୍ମ ପୂର୍ବରୁ ୩ ମାର୍ଚ୍ଚରେ ରିଲିଜ କରିବା ପାଇଁ ସ୍ଥିର କରାଯାଇଥିଲା କିନ୍ତୁ ଏବେ ଏହାର ରିଲିଜ ଡେଟରେ ପରିବର୍ତ୍ତନ କରାଯାଇଛି । ଫିଲ୍ମଟି ଏବେ ମାର୍ଚ୍ଚ ୩ ବଦଳରେ ୧୯ ଜୁଲାଇରେ ରିଲିଜ ହେବ ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । କହିରଖୁଛୁ ଯେ, ଫିଲ୍ମର ସହ ନିର୍ମାଣ କରୁଛନ୍ତି ଭୂଷଣ କୁମାର, କୃଷ୍ଣା କୁମାର, ଦିନେଶ ବିଜନ ଏବଂ ସନ୍ଦୀପ ଲେୟଜେଲ । ନିର୍ଦ୍ଦେଶନା ଭାର ତୁଲାଇବେ ରୋହିତ ଜଗରାଜ । ଫିଲ୍ମରେ କୃତି ଏବଂ ଦଲିଜୀତଙ୍କ ବ୍ୟତିତ ବରୁଣ ଶର୍ମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମରେ କୃତି ପତ୍ରକାର ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁ ପାରିବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More