Only for Entertainment

ବାଓପିକ ସୁରମାର ଡ୍ୟାନ୍ସ ନମ୍ବର ଗୀତ ହେଲା ରିଲିଜ ।

0 36

ଆଗାମୀ ବଲିଉଡ୍ ବାଓପିକ ସୁରମାର ତୃତୀୟ ଗୀତ ମୁକ୍ତିଲାଭ କରିଛି । ଏହି ଡ୍ୟାନ୍ସ ନମ୍ବରର ଟାଇଟେଲ୍ ରହିଛି ଗୁଡ୍ ମ୍ୟାନ୍ ଦି ଲାଲଟେନ୍ । ଶଙ୍କର ଏହସାନ ଲୟଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ସୁଖବିନ୍ଦର୍ ସିଂ ଓ ସୁନିଧି ଚୌହ୍ୱାନ । ଚଳଚ୍ଚିତ୍ର ସୁରମା ହକି ଖେଳାଳୀ ସନ୍ଦୀପ ସିଂଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି ।

ସିନେମାରେ ସନ୍ଦୀପ ସିଂଙ୍କ ଜୀବନକୁ ପରଦାରେ ତୁଲାଇଛନ୍ତି ଅଭିନେତା ଦଲଜୀତ୍ ଦୋସାଂଜ୍ । ଏଥିରେ ତାଙ୍କ ନାୟିକା ଭାବେ ଅଭିନେତ୍ରୀ ତାପସି ପନ୍ନୁଙ୍କୁ ଦେଖିବାକୁ ମିଳିବ । ସାଦ୍ ଅଲ୍ଲିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାଟି ୧୩ ଜୁଲାଇରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More