Only for Entertainment

କ’ଣ ଜାରି ରହିବ ଶ୍ରୀସନ୍ଥ ଏବଂ ଦୀପିକାଙ୍କ ମଧ୍ୟରେ ସଂପର୍କ?

aajtak
27

ଗତକାଲି ବିଗବସର ବିଜେତା ଘୋଷଣା ସରିଛି । ଦୀପିକା କକ୍କର ଇବ୍ରାହିମ ହେଲେ ବିଗବସ ୧୨ର ବିଜୟିନୀ । ତେବେ ଏହା ଘୋଷଣା ହେବା ପରେ ଦୀପିକାଙ୍କୁ ସମସ୍ତେ ଟ୍ରୋଲ କରିବାରେ ଲାଗିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମସ୍ତଙ୍କର ଆଶା ଥିଲା ଶ୍ରୀସନ୍ଥ ବିଜେତା ହେବେ । ଏବେ କଥା ହେଉଛି ଘରୁ ବାହାରିବା ପରେ ଶ୍ରୀ ଏବଂ ଦୀପିକାଙ୍କ ମଧ୍ୟରେ ପୂର୍ବ ଭଳି ଭାଇ ଭଉଣୀର ସଂପର୍କ ରହିବ ନା ନାହିଁ ।ଘରୁ ବାହାରିବା ପରେ ଦୀପିକା ଏହି ବିଷୟରେ ନିଜର ମତ ରଖିଛନ୍ତି ।

ଦୀପିକା ଗତକାଲି ଇଂଟରଭ୍ୟୁରେ କହିଛନ୍ତିଯେ ଭାଇଙ୍କୁ ମୁଁ କେତେ ସାକ୍ଷାତ କରିବି ତାହା ତ କହିପାରିବି ନାହିଁ କିନ୍ତୁ ନିହାତି ଭାବରେ ଯୋଗାଯୋଗରେ ରହିବି । ଘର ଭିତରେ ବିତାଇଥିବା ଖାସ ସମୟକୁ ସବୁବେଳେ ମନେ ରଖିବି,ବିଶେଷକରି ଷ୍ଟାଂଚ୍ୟ ଗେମ ଏବଂ ପ୍ରତିଦିନ ପରସ୍ପରର ମୁଣ୍ଡରେ ତେଲ ମାଲିସ କରିବା ।

କହିରଖୁଛୁଯେ ଦୀପିକା ବିଜୟିନୀ ହେବା ପରଠାରୁ ଶ୍ରୀସନ୍ଥଙ୍କ ଫ୍ୟାନ୍ସ ତାଙ୍କୁ ଟ୍ରୋଲ କରୁଛନ୍ତି । ସୋସିଆଲ ମିଡିଆରେ ଶ୍ରୀସନ୍ଥଙ୍କୁ ନେଇ ଜବରଦସ୍ତ ମାହୋଲ ସୃଷ୍ଟି ହୋଇଥିଲା ଏବଂ ସମସ୍ତେ ଭାବୁଥିଲେଯେ ଶ୍ରୀ ବିଜେତା ହେବେ । କିନ୍ତୁ ଦୀପିକା ଜିତିବା ପରେ କ୍ରିକେଟର ଫ୍ୟାନ୍ସ ମାନେ ନିରାଶ ହୋଇଛନ୍ତି ।

ଏହାପରେ ଶ୍ରୀ ମଧ୍ୟ ଏହାକୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତିଯେ ମୁଁ ଜାଣିଥିଲି ସେ ବିଜୟିନୀ ହେବେ । କାରଣ ଏହା ପୂର୍ବରୁ ମୁଁ ଦୀପିକା ଜୀ ଏବଂ କରଣ ବୋହରାଙ୍କୁ କହିଥିଲିଯେ ତୁମେ ମାନେ କଲର୍ସର ଦୁଇଟି ପରିଚିତ ଚେହେରା ତେଣୁ ତୁମ ମାନଙ୍କ ମଧ୍ୟରୁ କେହି ଜଣେ ବିଜେତା ବା ବିଜୟିନୀ ହେବ । ତେବେ ଏହି କଥା ପରେ ଆମ ମାନଙ୍କ ମଧ୍ୟରେ ଖୁବ ଝଗଡ଼ା ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More