Only for Entertainment

କାର୍ତ୍ତିକ ଆର‌୍ୟନଙ୍କ ଆଡକୁ ବନ୍ଧୁତାର ହାତ ବଢାଇଲେ ଲଭ ରଂଜନ, କହିଲେ ‘ସେ ମୋ ପାଇଁ  ଷ୍ଟାର ହୋଇ ନାହିଁ…’

DNA India
35

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣା ଶୁଣା ନିର୍ଦ୍ଦେଶକ ଲଭ ରଂଜନ ନିଜର ପ୍ରଥମ ଫିଲ୍ମ ‘ପ୍ୟାର କା ପଂଚନାମା’ ଜରିଆରେ ଅଭିନେତା କାର୍ତ୍ତିକ ଆର‌୍ୟନଙ୍କୁ ଲଂଚ କରିଥିଲେ । ଆଜି କାର୍ତ୍ତିକ ବଲିଉଡ ଇଣ୍ଡଷ୍ଟ୍ରୀର ଜଣେ ସୁପରଷ୍ଟାର ଭାବେ ପରିଚୟ ହାସିଲ କରିଛନ୍ତି । ଏହା ପରେ କାର୍ତ୍ତିକ ଏବଂ ଲଭ ରଂଜନଙ୍କ ଫିଲ୍ମ  ବଲିଉଡକୁ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଛନ୍ତି । ଏହି ଫିଲ୍ମ  ଗୁଡିକ ବକ୍ସ ଅଫିସରେ ଭଲ ଆୟ  ମଧ୍ୟ କରିଛି । ଶେଷଥର ପାଇଁ ଦୁହେଁ ‘ସୋନୁ କେ ଟିଟୁ କି ସ୍ୱିଟି’ରେ ଏକା ସହିତ  କାମ କରିଥିଲେ ।

ଏହି ଫିଲ୍ମର ରିଲିଜ ପରେ ଦୁହିଁଙ୍କ ସମ୍ପର୍କରେ କୌଣସି କାରଣରୁ ଫାଟ ସୃଷ୍ଟି ହୋଇଥିଲା ।  ଏପରି କି ଶୁଣିବାକୁ  ମିଳିଥିଲା ଯେ, କାର୍ତ୍ତିକ ଲଭ ରଂଜନଙ୍କ ଫିଲ୍ମ କରିବା ପାଇଁ ମନା କରିଦେଇଥିଲେ କାରଣ କାର୍ତ୍ତିକଙ୍କୁ ଲାଗିଥିଲା ନିର୍ଦ୍ଦେଶକ ଫିଲ୍ମ ପାଇଁ ତାଙ୍କୁ ଠିକ ଫି ଦେଉନାହାଁନ୍ତି ।

kartik aryan

ଏବେ ଦୁହିଁଙ୍କ ମଧ୍ୟରେ ସବୁକିଛି ସାମାନ୍ୟ ହେବାରେ ଲାଗିଛି । ନିକଟରେ ଦେଇଥିବା ଏ କ ଇଣ୍ଟରଭ୍ୟୁରେ ଲଭ ରଂଜନ କହିଛନ୍ତି, କାର୍ତ୍ତିକ ତାଙ୍କ ପାଇଁ ଷ୍ଟାର ହୋଇନାହାଁନ୍ତି । ଯଦି ଲୋକେ ଏଭଳି ଭାବୁଛନ୍ତି ତେବେ ସେମାନେ ଭୁଲ ଭାବୁଛନ୍ତି ବୋଲି ଲଭ ରଂଜନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ମୁଁ କାର୍ତ୍ତିକକୁ  ଫିଲ୍ମରେ କାଷ୍ଟ କଲି ସେତେବେଳେ ମୁଁ ବି ନୂଆ  ଥିଲି । ମୁଁ ତାହା  ମଧ୍ୟରେ ସେମିତି କିଛି ଦେଖିଥିଲି ଯେଉଁଥିପାଇଁ ମୁଁ ତାକୁ ଫିଲ୍ମରେ ନେଇଥିଲି । ମୁଁ କାହା  ଉପରେ ଦୟା କରି ନାହିଁ । ଲୋକେ କୁହନ୍ତି ଲୋକେ  ଷ୍ଟାର ହେଲା ପରେ ବଦଳି ଯାଇଥାନ୍ତି ।  କିନ୍ତୁ କାର୍ତ୍ତିକଙ୍କ ପାଖରେ ଏବେ  ବହୁତ କାମ ଅଛି । ଏବଂ ସେଥିପାଇଁ  ଦାୟିତ୍ୱରେ ମଧ୍ୟ ପରିବର୍ତ୍ତନ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More