Only for Entertainment

ପିଏମ ମୋଦିଙ୍କ ବାୟୋପିକରେ ନଜର ଆସିବେ ବିବେକ ଓବରୟ, ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ ।

amarujala
23

ଗୋଟିଏ ପାଶ୍ୱର୍ରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାୟୋପିକକୁ ନେଇ ବିବାଜ ଉପୁଜିଥିବା ବେଳେ ଏହି ମଧ୍ୟରେ ପିଏମ ମୋଦିଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ନେଇ ଖବର ଆସିଛି । ଖବର ଅନୁସାରେ ଫିଲ୍ମର ସୁଟିଂ ୨୦୧୯ରୁ ଆରମ୍ଭ ହେବ । ଫିଲ୍ମରେ ପିଏମ ମୋଦିଙ୍କ ଚରିତ୍ରରେ ଅଭିନେତା ବିବେକ ଓବରୟ ନଜର ଆସିବେ । ତେବେ ସୁଟିଂ ଗୁଜୁରାଟ,ଦିଲ୍ଲୀ,ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହେବ ବୋଲି ସୂଚନା ମିଳିଛି । ଅବଶ୍ୟ ଫିଲ୍ମର ଟାଇଟଲ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ । ଫିଲ୍ମକୁ ଉମଙ୍ଗ କୁମାର ନିର୍ଦ୍ଦେଶନା କରିବେ । କାହାଣୀକୁ ନେଇ ଟିମ ଦେଢ ବର୍ଷ ହେବ କାମ କରିଆସୁଛି । ତେବେ ବିବେକ ଓବରୟ ପ୍ରଧାନମନ୍ତ୍ରୀଙ୍କ ଚରିତ୍ରରେ କିଭଳି ଦେଖାଯିବେ ତାହା ଦେଖିବା ବାକି ରହିଲା ।

ପିଏମ ମୋଦିଙ୍କ ମଧ୍ୟରେ ଏତେ ଭଲ ଗୁଣ ରହିଛି ଯାହା ତାଙ୍କୁ ମହାନତାର ଶୀଖରକୁ ନେଇଯାଏ । ତାଙ୍କ ପ୍ରଶଂସକ ମାନନ୍ତିଯେ ସେ ଭଲ ସଂଚାଳକଙ୍କ ମଧ୍ୟରେ ଜଣେ । ସାଧାରଣ ଲୋକଙ୍କ ସହିତ ଯୋଡ଼ି ହୋଇ ରହିବାର କ୍ଷମତା ତାଙ୍କ ମଧ୍ୟରେ ରହିଛି । ତେବେ ମୋଦିଙ୍କ ଚରିତ୍ରରେ ଅଭିନୟ କରିବାକୁ ହେଲେ ବିବେକଙ୍କୁ ମୋଦିଙ୍କର ସମସ୍ତ ଗୁଣକୁ ଆପଣାଇବାକୁ ପଡ଼ିବ । ତେବେ ସମସ୍ତ ଦୃଶ୍ୟ ବାସ୍ତବ ଲାଗିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More