Only for Entertainment

ୱାର୍ଲ୍ଡ ବୁକ ରେକର୍ଡ କଲା ପ୍ରସିଦ୍ଧ କଣ୍ଠଶିଳ୍ପୀ ବାପ୍ପିଙ୍କୁ ସମ୍ମାନିତ, ଗିନିଜ ବୁକରେ ରହିଲା ନା ।

bollyworm
0 58

‘ଡିସ୍କୋ ଡ୍ୟାନ୍ସର’ ଠାରୁ ନେଇ ‘ଉ ଲା ଲା’ ପର୍ଯ୍ୟନ୍ତ ଗତ ୪୪ବର୍ଷ ଧରି ଅନେକ ହିଟ ଗୀତରେ ନଚାଇଥିବା ସିଙ୍ଗର ବାପ୍ପି ଲେହେରୀଙ୍କୁ ଆହୁରି ଏକ ଆୱାର୍ଡ ମିଳିଛି । ୟୁନାଇଟେଡ କିଂଗଡମ ସ୍ଥିତ ୱାର୍ଲ୍ଡ ରେକର୍ଡ ଭାରତୀୟ ସିନେମାରେ ଯୋଗଦାନ ଦେଇଥିବା କାରଣରୁ ସମ୍ମାନିତ କରିଛନ୍ତି ।

ବାପ୍ପି ସିନ୍ଥେସାଇଡ୍ଡ ଡିସ୍କୋ ମ୍ୟୁଜିକକୁ ଭାରତୀୟ ଫ୍ଲେବର ଦେଇଥିବା କାରଣରୁ ପ୍ରସିଦ୍ଧ ଅଟନ୍ତି । ସେ ଜଣେ ସଂଙ୍ଗୀତକାର ଅଟନ୍ତି ଯାହାଙ୍କୁ ‘ଚାଇନା ଆୱାର୍ଡ’ରେ ମଧ୍ୟ ସମ୍ମାନିତ କରାଯାଇଥିଲା । ତାଙ୍କୁ ‘ଜିମ୍ମି ଜିମ୍ମି’ଗୀତ ପାଇଁ ଏହି ଆୱାର୍ଡ ମିଳିଥିଲା ।

ବାପ୍ପି କେବଳ ହିନ୍ଦୀ କିମ୍ବା ବଙ୍ଗଳା ଗାଇ ନାହାନ୍ତି , ସେ ମାଲୟଲାମ, ପଞ୍ଜାବୀ, ତେଲୁଗୁ, କନ୍ନଡ ଏବଂ ଉଡିୟା ସଂଗୀତ ମଧ୍ୟ ଗାଇଛନ୍ତି । ୨୦ବର୍ଷ ବୟସରେ ସେ କ୍ୟାରିଅର ଆରମ୍ଭ କରିଥିଲେ । ଚଳିତ ବର୍ଷ ଜାନୁଆରୀ ରେ ୬୩ତମ ଫିଲ୍ମଫେୟାର ଆୱାର୍ଡରେ ତାଙ୍କୁ ଲାଇଫଟାଇମ ଆଚିଭମେଂଟ ଆୱାର୍ଡ ପ୍ରଦାନ କରାଯାଇଥିଲା ।

 

ବାପ୍ପି ଲେହେରୀଙ୍କୁ ଅନେକ ଫିଲ୍ମରେ ଗେଷ୍ଟ ଆପିଅରାନ୍ସ ମଧ୍ୟ ଦିଆଯାଇଛି । । ୧୯୭୪ମସିହାରେ ସେ କିଶୋର କୁମାରଙ୍କ ଫିଲ୍ମ ‘ବଢତି କା ନାମ ଦାଢି’ରେ ବାପୁ ଜିପସନଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ଫିଲ୍ମ ‘କଳାକାର(୧୯୮୩)’ ଏବଂ ବଙ୍ଗଳା ଫିଲ୍ମ ‘ନୟନ ମୋନି(୧୯୯୦)’ରେ ଅଭିନୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More